ମିଳିତ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୨/୧୧ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଓ ମହୁଲବାହିଲି ଆଞ୍ଚଳିକ ସାଧନ କେନ୍ଦ୍ରର ମିଳିତ ଷଷ୍ଠ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ବୈଠକକୁ ପରିଚାଳନା କରିଥିଲେ।
Ad..
ଉକ୍ତ ବୈଠକରେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଉଦଘାଟନ କରିଥିଲେ।ଏମଆଇଏସ ରମେଶ ସୁନା, ବିଆରଟି ସୁନିଲ ସାହୁ ୟୁଡାଇସ,ପରଖ ଆଇଡି,ଆଖି ପରୀକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଵିଷୟ ଉପରେ ଆଲୋଚନା କରିଥିଲେ।ସଂଯୋଜକ ଶ୍ରୀ ଦାଶ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ, ଶିକ୍ଷଣ ସୋପାନ, ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ଉପରେ ଆଲୋଚନା କରିଥିଲେ।
ଲର୍କି ବିଦ୍ୟାଳୟର ଶିକ୍ଷୟିତ୍ରୀ ରଜନୀ ମେହେର ସଂଖ୍ୟାଜ୍ଞାନ ଓ ବାଞ୍ଜିପାଲି ବିଦ୍ୟାଳୟର ଶିକ୍ଷୟିତ୍ରୀ ଡାଳିମ୍ବ ମେହେର ଭାଷା ଉପରେ ଆଦର୍ଶ ଶିକ୍ଷଣକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ କରିଥିଲେ।ତାପରେ ଏଫଏଲଏନ ସମ୍ବନ୍ଧୀୟ କୁଇଜ କାର୍ଯ୍ୟକ୍ରମ ଶ୍ରୀ ଦାଶ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଏହି ବୈଠକରେ ଶିକ୍ଷୟିତ୍ରୀ କୁନି ସାହୁ,ମଞ୍ଜୁଲତା ଧରୁଆ,ସୁଭଦ୍ରା ମେହେର, ସନ୍ଧ୍ୟା ପ୍ରଧାନ, ମାଧବୀଲତା ସାହୁ,ଭୂମିସୁତା ବେହେରା, ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ବରିହା, ଗୌର ମେହେର, ଭ୍ରମରବର ମହାପାତ୍ର, ପାର୍ଥବ ମହାନନ୍ଦ,ସୁରୁମଣି ମେହେର, ରବୀନ୍ଦ୍ର ରଥ,ରାଜୀବ ଦାସ,ପ୍ରଫୁଲ୍ଲ ମାଝୀ, ବିମଲ ଧରୁଆ, ସୂର୍ଯ୍ୟରାମ ମାଝୀ, ଶୁଭାଶିତ ରାଉତ,ପ୍ରଦୀପ ମେହେର, ଦେବ ବଗର୍ତ୍ତୀ,ଗଜେନ୍ଦ୍ର ହରିଜନ, ପୂର୍ଣ୍ଣ ପନିକା, ପିତାମ୍ବର ଲୁହା, ଆଦିତ୍ୟ କିଶାନ, ଶ୍ରୀକାନ୍ତ ବାଗ,ମାନସ ଦାସ,ଯଶୋବନ୍ତ ତାଣ୍ଡି, ହୃଷିକେଶ ନାଗ ଯୋଗ ଦେଇଥିଲେ।
Edited by k.s thakur...


