କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଦିବସୀୟ ମିଟିଂ...
କଣ୍ଟାବାଞ୍ଜି,୨୨/୧୧ : ସ୍ଥାନୀୟ କଣ୍ଟାବାଞ୍ଜି ରାଷ୍ଟ୍ରୀୟ ହିନ୍ଦୀ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସ ର କଣ୍ଟାବାଞ୍ଜି ସହରାଞ୍ଚଳ ଆଞ୍ଚଳିକ ସାଧନ କେନ୍ଦ୍ର ର ସମସ୍ତ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଅଛି।
Ad..
ଉକ୍ତ ତାଲିମ୍ ରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସ୍ୱାଗତ ଜଣାଇ ଆଜିକାର ସଭା କାର୍ଯ୍ଯ ଆରମ୍ଭ କରିଥିଲେ। ବୈଠକ ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ବିଷୟ ବସ୍ତୁ, ମାନ ନିର୍ଦ୍ଧାରଣ ଫର୍ଦ୍ଦ ପୁରଣ, ଜାତୀୟ ଉପଲବ୍ଧି ପରୀକ୍ଷଣ (ପରଖ) ପାଇଁ ପ୍ରସ୍ତୁତି, ନିପୁଣ ଓଡିଶା କାର୍ଯ୍ୟ କ୍ରମ, ଆପାର୍ ଆଇଡି ଖୋଲିବା ଇତ୍ୟାଦି ଆଲୋଚନା ହୋଇଥିଲା।
ଆଜି ବୈଠକ ରେ ଶିକ୍ଷୟିତ୍ରୀ ଅଞ୍ଜଳୀ ମାଝୀ, ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ, ସବିତା ରଣା, ସୁଭାଷିନୀ ମେହେର, ଭାରତୀ ଦାସ , ଲାବଣ୍ୟ ବତି ଧରୁଆ, ସୁରେନ୍ଦ୍ର ମାଝୀ, ମୀନୁ ସୁନା, ସୁନନ୍ଦା ପୁରୋହିତ, ସୁନୀତା ମେହେର, ବୀଣାପାଣି ଦାସ, କୁସୁମ ମଞ୍ଜରି ନାଗ, ସବିତା ପାଣିଗ୍ରାହୀ, ଅଞଳୀ ନାୟକ, ବୀଣାପାଣି ପାଣିଗ୍ରାହୀ,ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Edited by k.s thakur...


