ବରଗଡ଼ ଜିଲ୍ଲା ରେ ଧାନ କିଣା ଅବ୍ୟବସ୍ଥା ଅଖା ଅଭାବରୁ ରାସ୍ତା ଉପରେ ପଡ଼ିରହିଛି ଧାନ...

ବରଗଡ଼ ଜିଲ୍ଲା ରେ ଧାନ କିଣା ଅବ୍ୟବସ୍ଥା ଅଖା ଅଭାବରୁ ରାସ୍ତା ଉପରେ ପଡ଼ିରହିଛି ଧାନ...


ବରଗଡ଼,୨୨/୧୧ : ବରଗଡ଼ ଜିଲ୍ଲା ରେ ଧାନ କିଣା ଆରମ୍ଭ ହେଲାଣି ହେଲେ ଅନେକ ଚାଷୀ ଙ୍କ ଟୋକନ ଆସିନଥିବାରୁ ଚାଷୀ ଚିନ୍ତାରେ। ଧାନ ବିକ୍ରୀ  ତାରିଖ ଘୋଷଣା ହେବାପରେ ବିକଳରେ ଧାନ କାଟି ବିକ୍ରି ପାଇଁ ଚାଷୀ ଅପେକ୍ଷା କରି ରହିଥିବା ବେଳେ ଟୋକନ ଆସିନାହିଁ ଆଉ କେତେକ ଚାଷୀ ଧାନ ବିଳରେ ରଖି ବିକ୍ରି ପାଇଁ ଅପେକ୍ଷା କରି ଥିବା ବେଳେ ଟୋକନ ର ଅବଧି ବିକ୍ରି ସମୟ ଡିସେମ୍ବର ରହିଛି ଫଳରେ ଧାନ ପଡିଛି। 

Ad..


ଆଉ କିଛି ଚାଷୀ ଙ୍କ ଟୋକନ ଆସିନଥିବାରୁ ରାସ୍ତା ଉପରେ ଧାନ ପଡ଼ି ରହିଛି। ଧାନ ଏବେ ଅମଳ ପାଇଁ ଚାଷୀ ଯୋର ଯୋରରେ ଲାଗିଥିବା ବେଳେ ଏପଟେ ଅଖା ସମସ୍ୟା ଦେଖା ଦେଲାଣି। ଅଖା ଅଭାବରୁ କେତେକ ଚାଷୀ ଧାନ ଜମାଇ ଅଖା ଯୋଗାଣ ପାଇଁ ଦୈଡୁଛନ୍ତି ହେଲେ ଅଖା ମିଳୁନାହିଁ। ସରକାରୀ ନିୟମ ପ୍ରଣୟନ ରେ ଚାଷୀ ଙ୍କୁ ଅଖା ଓ ସୁତୁଲି ଯୋଗାଇ ଦିଆଯିବା କଥା ହେଲା କେବେ ବି ଚାଷୀ ଙ୍କୁ ଅଖା ଦିଆଯାଉ ନ ଥିବା ରୁ ଚାଷୀ ଙ୍କ ସମସ୍ୟା ବଢିବାରେ ଲାଗିଛି। 

ବରଗଡ଼ ଜିଲ୍ଲା ରେ ଧାନ କିଣା ପାଇଁ ସମସ୍ତ ବ୍ୟବସ୍ଥା ସମାପନ ହୋଇଥିବା ର ସରକାରୀ ଓ ପ୍ରଶାସନ କହୁଥିବା ବେଳେ ବାସ୍ତବରେ କିନ୍ତୁ ଚିତ୍ର ଭିନ୍ନ ରହିଛି ଯାହାକୁ ନେଇ ଜିଲ୍ଲା ରେ ଚାଷୀ ଅସନ୍ତୋଷ ଦେଖା ଦେଇଛି।




Report : Bijay ku sahu

Edited by k.s thakur...


Post a Comment

Previous Post Next Post