ରେଳ ଷ୍ଟେସନ ପରିଦର୍ଶନ କଲେ ଏଡିଆରଏମ, ଧାରଣାରେ ବସିଲେ ଦୋକାନୀ ସଂଘ...
କଣ୍ଟାବାଞ୍ଜି,୨୨/୧୧ :- କଣ୍ଟାବାଞ୍ଜି ରେଳ ଷ୍ଟେସନ ଅମୃତ ରେଳ ଷ୍ଟେସନରେ ସାମିଲ ହେବାକୁ ଯାଉଛି। ରେଳ ଷ୍ଟେସନ ଉନ୍ନତି ପାଇଁ ଏବେ କୋଟି କୋଟି ଟଙ୍କାର କାମ ଚାଲିଛି। ରେଳୱେ ଏହି କାମ ପାଇଁ ଜମି ମଧ୍ୟ ଜବରଦଖଲ ଉଚ୍ଛେଦ କରୁଛି।
Ad..
ତେବେ ଷ୍ଟେସନ ବାହାରେ ଥିବା ୫୦ ରୁ ଉର୍ଦ୍ଧ ଦୋକାନ ଖାଲି କରିବାକୁ ରେଲୱେ ନୋଟିସ କରିସାରିଛି। ଦୋକାନୀ ମାନେ ଲିଜ ଆକାରରେ ଦୋକାନ ସବୁ ନେଇଥିବା ବେଳେ ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରାଯାଉ ବୋଲି କହୁଛନ୍ତି।
ଆଜି ସମ୍ୱଲପୁର ଡିଭିଜନ ରେଲୱେ A.D.R.M. ଆନନ୍ଦ ସିଂ ରେଳ ଷ୍ଟେସନ ପରିଦର୍ଶନ ପାଇଁ ଆସି ବିଭିନ୍ନ ଭିତ୍ତିଭୂମି ବୁଲି ଦେଖିଛନ୍ତି। ଅନ୍ୟ ପକ୍ଷରେ ଏଡ଼ିଆରଏମ ଆସିଥିବା ଖବର ପାଇଁ ଦୋକାନୀ ସଂଘ ଦୋକାନ ବଜାର ବନ୍ଦ ରଖି ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ A.D.R.M ଆନନ୍ଦ ସିଂ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ କହିଛନ୍ତି ଯେ ବର୍ତ୍ତମାନ ଦୋକାନୀଙ୍କୁ ଥୟିଥାନ ପାଇଁ କୌଣସି ପ୍ରାବଧାନ ନାହିଁ କିନ୍ତୁ ପରେ କିଛି ଯଦି ହୋଇ ପାରିବ କରାଯିବ। ଅନ୍ୟ ପଟେ ଦୋକାନୀ ପ୍ରଥମେ ଆମକୁ ଥଇଥାନ କରନ୍ତୁ ପରେ ଯାହା କରିବା କଥା କରନ୍ତୁ ବୋଲି କହୁଛନ୍ତି।
କିଛି ଦିନ ପୂର୍ବରୁ ଏନେଇ ସାଂସଦ ଶ୍ରୀ ବିଶି ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ସହ ଆଲୋଚନା କରିବେ ଓ ଦୋକାନୀଙ୍କ ଭଲ ନିମନ୍ତେ ଚେଷ୍ଟା କରିବି ବୋଲି ଆଶ୍ଵାସନା ଦେଇଥିଲେ। କେସିଙ୍ଗାରେ ଯେଭଳି ଦୋକାନୀ ମାନଙ୍କୁ ଥଇଥାନ କରାଯାଇଛି, ସେଭଳି କଣ୍ଟାବାଞ୍ଜିରେ ଥାଇଥାନ କରାଯାଉ ବୋଲି ଦାବି କରିବେ ବୋଲି କହିଛନ୍ତି।
ଗତକାଲି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସହ ରେଲୱେ ଷ୍ଟେସନ ବାହାରେ ଥିବା ୫୦ ରୁ ଉର୍ଦ୍ଧ ଦୋକାନୀ ସାକ୍ଷାତ କରିଥିଲେ। ଶ୍ରୀ ବାଗ ମଧ୍ୟ ଦୋକାନୀଙ୍କୁ ଆଶ୍ଵାସନା ଦେଇଛନ୍ତି ଯେ ଦୋକାନୀଙ୍କ ହିତ୍ ନିମନ୍ତେ ଯାହା ଉଚିତ୍ ପଦକ୍ଷେପ ହେବ ନିଆଯିବ।
ଦୋକାନୀଙ୍କ ମଧ୍ୟରେ ଏସକେ ଅମଜଦ, ଗୋପାଳ ଜୈନ, ଅମରେଶ ମହାନ୍ତି, ଏ.ଭାସ୍କର, ଗଣେଶ ପାତ୍ର, ନାଥୁରାମ୍ ଅଗ୍ରୱାଲ, ରାଜେଶ ଜୈନ, ଶଙ୍କର ଶର୍ମା, ଅବଦୁଲ ଖଳିଲ, ଗୋବର୍ଦ୍ଧନ ବାଗ, କୈଳାଶ ବେହେରା, ଟୁକୁନା ମହାନ୍ତି, ବିଜୟ ମିତ୍ତଲ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଘ୍ନେଶ୍ୱର ସିଂ ଦେଓ,ନିଶିକାନ୍ତ ମହାପାତ୍ର,ଓ ଶତାଧିକ ଲୋକେ ଉପସ୍ଥିତ ଥିଲେ।
Edited by k.s thakur...


