ଦାନ ବାନ୍ଧୁଛି ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନ : ଗନ୍ଧମାର୍ଦନ ସୁରକ୍ଷା ଅଭିଯାନ ବରଗଡ଼ ଜିଲ୍ଲା କମିଟି ଗଠିତ...

ଦାନ ବାନ୍ଧୁଛି ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନ : ଗନ୍ଧମାର୍ଦନ ସୁରକ୍ଷା ଅଭିଯାନ ବରଗଡ଼ ଜିଲ୍ଲା କମିଟି ଗଠିତ... 


ବରଗଡ଼,୨୨/୧୧ : ଗନ୍ଧମାର୍ଦନ ପର୍ବତ ଉପରେ ଅଦାନୀ କମ୍ପାନୀ ନଜର କରୁ ଥିବା ଖବର ଚର୍ଚ୍ଚା ହେଵା ପରେ ଏହାର ସୁରକ୍ଷା ନିମନ୍ତେ ବରଗଡ଼ ଜିଲ୍ଲାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସ୍ଥାନୀୟ ଅଗ୍ରଗାମୀ ଯୁବ ସଂଗଠନ ଠାରେ ବିଭିନ୍ନ ସଂଗଠନ ରୁ ପ୍ରତିନିଧି ଓ ବୁଦ୍ଧି ଜୀବି ମାନେ ଏହି ବୈଠକ ରେ ଭାଗ ନେଇ ମତ ରଖିଥିଲେ। 

Ad..


ମୁଖ୍ୟତଃ ଗନ୍ଧମାର୍ଦନ ପଶ୍ଚିମ ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତା ହୋଇଥିବାରୁ ଏହାର ସୁରକ୍ଷା ସମସ୍ତ ଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ ହୋଇଥିଲା ଓ ସୁରକ୍ଷା ନିମନ୍ତେ ତିନୋଟି ପ୍ରସ୍ତାବ ଗ୍ରହଣ କରାଗଲା ପ୍ରଥମତ ରାଜନୀତି ରୁ ଉର୍ଦ୍ଧ ରେ ରହି ଗନ୍ଧମାର୍ଦନ ର ସୁରକ୍ଷା ଲାଗି ସମସ୍ତେ ଶପଥ ନେଲେ, ଦ୍ଵିତୀୟ କୃଷି କାର୍ଯ୍ୟ ଛଡା ଅନ୍ୟ କୌଣସି କାର୍ଯ୍ୟ ପାଇଁ କମ୍ପାନୀ ମାନଙ୍କୁ ଜମି ବିକ୍ରି ନକରିବା ପାଇଁ ଅଂଚଳବାସୀ ଙ୍କୁ ନିବେଦନ କରାଗଲା,ତୃତୀୟ ଗନ୍ଧମାର୍ଦନ ସୁରକ୍ଷା ପାଇଁ ବ୍ୟାପକ ଜନ ସଚେତନତା,ସଭା ସମିତି ଓ ଆଗାମୀ ଦିନରେ ବିରାଟ ଶୋଭାଯାତ୍ରା ସହ ବୀର ମାଟି ଘେଁସ ରୁ ମାଟି ନେଇ ନରସିଂହନାଥ ରେ ସୁରକ୍ଷା ଧ୍ଵଜ ସ୍ଥାପନ କରାଯିଵା ପାଇଁ ନିଷ୍ପତି କରାଗଲା। 

ଏହା ପାଇଁ ଏକ କମିଟି ଗଠନ କରାଗଲା ଯେଉଁ ଥିରେ ଆଇନଜୀବୀ ଭୀଷ୍ମଦେବ ସରାଫ, ଅଜିତ ଶତପଥି, ପ୍ରିତମ ସିଂ, ରମେଶ ମହାପାତ୍ର, ଆକାଶ ପଣ୍ଡା, ମନୋହର ପ୍ରଧାନ, ଭବାନୀ ସାହୁ, ବିଶ୍ୱଜିତ ବିଶ୍ୱାଳ, ସୁରେନ୍ଦ୍ର ପଣ୍ଡା, ବିରବଲ ମହାକୁଡ଼, ବିମଲ ଦାଶ ଙ୍କୁ ସ୍ଥାନିତ କରାଗଲା। 

ଆଲୋଚନା ରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଦ୍ୟୁତିଷ ଆଚାର୍ଯ୍ୟ,ରମେଶ ପତି, ସରୋଜ ନାଏକ, ସାରଥୀ ମେହେର, ବାଲ୍ମୀକି ଷଡ଼ଙ୍ଗୀ,ରାଜେନ୍ଦ୍ର ସିକେନ୍ଦର,ପ୍ରଶାନ୍ତ ମହାପାତ୍ର,ସୁଶାନ୍ତ ମିଶ୍ର,ଭରତ କୁମାର ସାହୁ, ଆଶୁ କବି ଜଟାଧାରୀ ପ୍ରଧାନ, ସଚ୍ଚିଦାନନ୍ଦ ପଣ୍ଡା, ଶଢାନନ ଭୋଇ, ଅଭିଷେକ ନାଏକ, ହୀରାଲାଲ ସା,ବିକାଶ ଅଗ୍ରୱାଲ, ବଳିଷ୍ଠ ଦୁର୍ଗା ଓ ଅନ୍ୟମାନେ ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post