ସିନ୍ଧେକେଲା ରେ ବାଳି ବୋଝେଇ ଗାଡିକୁ ବନ୍ଦ କରିବା ସହ ବାଇପାସ୍ ରାସ୍ତା ନିର୍ମାଣ କୁ ନେଇ ବଣିକ ସଙ୍ଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ...

ସିନ୍ଧେକେଲା ରେ ବାଳି ବୋଝେଇ ଗାଡିକୁ ବନ୍ଦ କରିବା ସହ ବାଇପାସ୍ ରାସ୍ତା ନିର୍ମାଣ କୁ ନେଇ ବଣିକ ସଙ୍ଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ...


ସିନ୍ଧେକେଲା,୨୨/୧୧ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ର ମୁଖ୍ୟ ରାସ୍ତାରେ ବାଲି ବୋଝେଇ ଭାରିଯାନ ଦିନରାତି ଯାତାୟାତ କରୁଥିବାରୁ ଗାଁ ସାରା ଧୂଳିମୟ ହେଉଛି ଯାହା ଫଳରେ ଲୋକେ କାଶ ଓ ଏଲାର୍ଜି ରୋଗରେ ଆକ୍ରାନ୍ତ ହେଉଛନ୍ତି। 

Ad..


ଏହି ରାସ୍ତା ଦେଇ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଯାତାୟାତ କରୁଥିବା ବେଳେ ସେମାନେ ମଧ୍ୟ ସୁରକ୍ଷିତ ମଣୁ ନାହାଁନ୍ତି । ମୁଖ୍ୟ ରାସ୍ତା କଡରେ ଥିବା ଦୋକାନ ଗୁଡ଼ିକର ଜିନିଷପତ୍ର ସବୁ ଧୂଳି ରେ ଭର୍ତ୍ତି ହୋଇ ଯାଉଥିବା ଅଭିଯୋଗ ହେଉଛି । ବାଳି ବୋଝେଇ ଭାରୀଯାନ ଚଳାଚଳ ଯୋଗୁଁ ସେହି ରାସ୍ତାରେ ବର୍ତ୍ତମାନ ଚାଲିବା କଷ୍ଟକର ହୋଇ ପଡିଛି । 

ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାରେ ଲୋକେ ଶିକାର ହେଉଛନ୍ତି । ଏହାକୁ ନେଇ ଗତକାଲି ବିଭିନ୍ନ ଖବରକାଗଜରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଥିଲା। ଆଜି ଏ ସବୁର ସମାଧାନ ପାଇଁ ବାଳି ବୋଝେଇ ଗାଡି କୁ ବନ୍ଦ କରିବା ସହ ଏଠାରେ ଏକ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ଗସ୍ତ ରେ ପହଞ୍ଚିଥିବା ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ସ୍ଥାନୀୟ ବଣିକ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। 

ଦାବିପତ୍ର ଗ୍ରହଣ କରିବା ପରେ ବିଧାୟକ ଶ୍ରୀ ବାଗ ତୁରନ୍ତ ଜିଲ୍ଲାପାଳଙ୍କୁ ଫୋନ କରି ସକାଳ ୮ ଟା ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଭାରୀଯାନ ଗୁଡିକ ବନ୍ଦ ରଖିବା ପାଇଁ କହିଥିଲେ ଓ ଆଗାମୀ ଦିନରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। 

ବଣିକ ସଙ୍ଘ ସଭାପତି ସୁବାଷ ଜୈନ ଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନରେ ଉପ ସଭାପତି ଗୋବିନ୍ଦ ସାହୁ , ସହ ସମ୍ପାଦକ ଅନିଲ ତ୍ରିପାଠୀ , ଜଗନ୍ନାଥ ଜୈନ , କୈଳାସ ଜୈନ , ଉମେଶ ତ୍ରିପାଠୀ , ଅଙ୍କିତ ଜୈନ , ମାରୱାଡି ଯୁବା ମଞ୍ଚ ସଭାପତି ଅମିତ ଜୈନ , ପୂର୍ବତନ ସଭାପତି ସାୟର ଜୈନ , କିରୋଡି ଜୈନ , ଦୀପକ ଜୈନ , ସଞ୍ଜୟ ଜୈନ , ରିଙ୍କୁ ଜୈନ , ମନୀଷ ଜୈନ , ଅନିଲ ଜୈନ , ମଣ୍ଡଳ ସଭାପତି ମୁନିରାମ ନାଗ , ସମ୍ପାଦକ କହ୍ନେୟା ଜୈନ , ଜଗନ୍ନାଥ ବେହେରା , ସାମ୍ବାଦିକ ଦିନେଶ ଜୈନ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ବଣିକ ସଙ୍ଘ ପକ୍ଷରୁ ସଭାପତି ସୁବାଷ ଜୈନ ବିଧାୟକ ଶ୍ରୀ ବାଗ ଙ୍କୁ ଗାମୁଛା ଓଢାଇ ତଥା ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ।




Report : Anil tripathi

Edited by k.s thakur...


Post a Comment

Previous Post Next Post