ଷ୍ଟେସନ ପରିସରରୁ ଜାଗା ଖାଲି କରିବାକୁ ରେଳ ବିଭାଗର ନୋଟିସ୍,ରାଜ୍ୟସଭା ସାଂସଦଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ଦୋକାନୀ...
କଣ୍ଟାବାଞ୍ଜି,୨୧/୧୧ : କଣ୍ଟାବାଞ୍ଜି ରେଳଷ୍ଟେସନ ପରିସରରେ ଥିବା ଦୋକାନୀ ମାନଙ୍କୁ ଆଗାମୀ ପାଞ୍ଚଦିନ ମଧ୍ୟରେ ଜାଗା ଖାଲି କରିବାକୁ ରେଳ ବିଭାଗର ନୋଟିସ୍। ରେଲ ବିଭାଗର ଏଭଳି ନୋଟିସ୍ ପରେ ଦୋକାନୀମାନେ ଅଡ଼ୁଆରେ ପଡ଼ିଛନ୍ତି। ନିଜ ଜୀବିକା ହରାଇବା ଚିନ୍ତାରେ ଗତକାଲି ଅନେକ ଦୋକାନୀ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସାକ୍ଷାତ କରିଥିଲେ। କଣ୍ଟାବାଞ୍ଜି ଗସ୍ତରେ ଥିବା ସାଂସଦ ଶ୍ରୀ ବିଶିଙ୍କୁ ଦୋକାନୀମାନେ ସାକ୍ଷାତକରି ନିଜ ଦୁଃଖ ଜଣାଥିଲେ।
Ad..
ଏନେଇ ସାଂସଦ ଶ୍ରୀ ବିଶି ରେଳ ବିଭାଗ ଉଚ୍ଚକର୍ତ୍ତୃପକ୍ଷ ସହ ଆଲୋଚନା କରିବେ ଓ ଦୋକାନୀଙ୍କ ଭଲ ନିମନ୍ତେ ଚେଷ୍ଟା କରିବି ବୋଲି ଆଶ୍ଵାସନା ଦେଇଥିଲେ। କେସିଙ୍ଗାରେ ଯେଭଳି ଦୋକାନୀ ମାନଙ୍କୁ ଥଇଥାନ କରାଯାଇଛି, ସେଭଳି କଣ୍ଟାବାଞ୍ଜିରେ ଥାଇଥାନ କରାଯାଉ ବୋଲି ଦାବି କରିବେ ବୋଲି କହିଛନ୍ତି।
ଦୋକାନୀଙ୍କ ମଧ୍ୟରେ ଏସକେ ଅମଜଦ, ଗୋପାଳ ଜୈନ, ଅମରେଶ ମହାନ୍ତି, ଏ.ଭାସ୍କର, ଗଣେଶ ପାତ୍ର, ନାଥୁରାମ୍ ଅଗ୍ରୱାଲ, ରାଜେଶ ଜୈନ, ଶଙ୍କର ଶର୍ମା, ଅବଦୁଲ ଖଳିଲ, ଗୋବର୍ଦ୍ଧନ ବାଗ, କୈଳାଶ ବେହେରା, ଟୁକୁନା ମହାନ୍ତି, ବିଜୟ ମିତ୍ତଲ, ବିଘ୍ନେଶ୍ୱର ସିଂ ଦେଓ ଓ ଅନ୍ୟ ବ୍ୟବସାୟୀ ସାଂସଦଙ୍କୁ ସାକ୍ଷାତ କରିଥିଲେ।
ତେବେ ଦୋକାନୀଙ୍କ କହିବା ହେଲା ଯେ ବିଗତ ୫୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ୫୦ ରୁ ଉର୍ଦ୍ଧ୍ବ ଦୋକାନୀ ରେଲୱେ ଦ୍ଵାରା ଆଲର୍ଟ କରାଯାଇଥିବା N.C ପ୍ଲଟ ରେ ବ୍ୟବସାୟ କରି ଠିକ୍ ସମୟ ରେ ପ୍ଲଟ ବାବଦକୁ ନେଇ ରେଲୱେ କୁ ଖଜଣା ଦେଇ ଆସୁଥିଲେ ତେବେ କେସିଙ୍ଗା ଓ କଣ୍ଟାବାଞ୍ଜି କୁ ନେଇ ଭେଦ ଭାବ କାହିଁକି କରାଯାଉଛି ବୋଲି ଦୋକାନୀ ମାନେ ଅଭିଯୋଗ କରିଛନ୍ତି। ଯଦି ରେଲୱେ N.C ପ୍ଲଟ ରେ ବ୍ୟବସାୟ କରୁଥିବା ୫୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀ ଙ୍କୁ ପୁନଃ ଥଇଥାନ ପାଇଁ ଜାଗା ନ ଦିଆଯିବ ତ ୫୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀ ଙ୍କ ପରିବାର ଲୋକଙ୍କ ଭରଣ ପୋଷଣ ହେବ କେମିତି। ଗୋଟିଏ ପଟେ ମୋଦି ଜି ଙ୍କ ନାରା "ସବକା ସାଥ ଓ ସବକା ବିକାଶ" । ଏହି ନାରା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ବ୍ୟବସାୟୀ ଙ୍କ ପାଇଁ ତ୍ଵରାନିତ ହେବ ତ !
Edited by k.s thakur...
Tags:
bolangir
eviction
kantabanji
latest news
latest update
memorandum to mp rajya sabha
mp niranjan bishi
railway projects
railway station


