ଆଦିବାସୀ ମହିଳା ଙ୍କୁ ବିଷ୍ଠା ଖୁଆଇ ନୃଶଂସ ଆଚରଣ ମାମଲା : ଅପରାଧୀ କୁ ତୁରନ୍ତ ଗିରଫ ଏବଂ ଆଦିବାସୀ ଙ୍କୁ ସୁରକ୍ଷା ଦାବୀ କଲା ଆଦିବାସୀ ସଂଘ...
କଣ୍ଟାବାଞ୍ଜି, ୨୦/୧୧: ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଜୁରାବନ୍ଧ ଗାଁ ର ଆଦିବାସୀ ମହିଳା ଙ୍କୁ ଶାରୀରିକ ମାନସିକ ନିର୍ଯାତନା ଏବଂ ବିଷ୍ଠା ଖୁଆଇ ନୃଶଂସ କାର୍ଯ୍ୟ ମାନବିକତା ର ସବୁ ସୀମା ଟପି ଯାଇଛି ବୋଲି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ କ୍ଷୋଭ ପ୍ରକାଶ କରିଛି।
Ad..
ବଙ୍ଗୋମୁଣ୍ଡା ଥାନା କେସ ସଂ.୨୮୮ ତା ୧୬. ୧୧. ୨୦୨୪ ରେ ଅଭିଯୋଗ ଅନୁସାରେ ଜୁରାବନ୍ଦ ଗାଁର ଅଭୟ ବାଗ ନାମକ ଅଣ ଆଦିବାସୀ ଯୁବକ ସେହି ଗାଁ ର ଆଦିବାସୀ ସମାଜର ଝିଅ କୁମାରୀ(ଛଦ୍ମ ନାମ) ଗାଧୋଇ ଘରକୁ ଫେରୁଥିବା ବେଳେ ଅପରାଧୀ ଅଭୟ ଆଦିବାସୀ ଯୁବତୀ ର ଛାତି ରେ ହାତ ମାରିଥିଲା, ଠେଲାପେଲା କରି ତଳେ କଚାଡି ଦେଇଥିଲା ଏବଂ ଜାତି ଆକ୍ଷେପ କରି ଗାଳିଗୁଲଜ କରିଥିଲା ବିଷ୍ଠା ମୁହଁରେ ଘଷିଦେଇ ଝିଅ ର ପାଟି ରେ ବିଷ୍ଠା ଖୁଆଇ ଦେଇଥିଲା।
ଆଦିବାସୀ ଯୁବତୀ ର ବଡ଼ ମା ଛଡ଼ାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ଅଭୟ ବାଗ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ଘଟଣା କୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅପରାଧୀ କୁ ଗିରଫ କରିପାରି ନାହିଁ। ଦିନକୁ ଦିନ ଆଦିବାସୀ ମାନଙ୍କ ପ୍ରତି ଅତ୍ୟାଚାର, ନିର୍ଯାତନା, ଶୋଷଣ, ଦମନ, ନୃଶଂସ ଆଚରଣ ବଢ଼ୁ ଥିବାରୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଉଦବେଗ ପ୍ରକାଶ କରିଛି।
ସେହିଭଳି ଖପ୍ରାଖୋଲ ବ୍ଲକ ର ସାନଗୁର୍ଜିଭଟା ଗାଁ ର ଆଦିବାସୀ ମହିଳା ପରିବାର ର ଶିଶୁ ବିକ୍ରି ମାମଲା କୁ ଦୀର୍ଘ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ଶିଶୁ ଟିକୁ ଉଦ୍ଧାର କରି ନ ପlରିବା ଆଦିବାସୀ ମାନଙ୍କ ପ୍ରତି ଅବହେଳା ଉପେକ୍ଷା ପାତର ଅନ୍ତର ନୀତି ବୋଲି ଆଦିବାସୀ ସଂଘ ସରକାର କୁ କଟୁ ସମାଲୋଚନା କରିଛି ।
ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ,ଅର୍ଥନୈତିକ, ସାମାଜିକ ବିକାଶ ଦିଗରେ ସରକାର ଉଦାସୀନତା ଅବଲମ୍ବନ କରୁଥିବାରୁ ଶିଶୁ ବିକ୍ରି ଭଳି ଘଟଣା ଘଟୁଛି ବୋଲି ସଂଘ ର ବ୍ଲକ ସଭାପତି ମନରଞ୍ଜନ ଭୋଇ,ଆଦିବାସୀ ନେତା ଚକ୍ରଧର ଯାନୀ,ଆର୍ତ୍ତ ଭୋଇ, ନରୋତ୍ତମ ମାଝୀ, ଶ୍ରୀମତୀ ଖେଳନ୍ତି ସମରଥ ଶ୍ରୀମତୀ ମିଥିଲା ମାଝୀ, ଶ୍ରୀମତୀ ପତ୍ରଙ୍ଗି ମାଝୀ, ଶ୍ରୀମତୀ ଲକ୍ଷ୍ମୀ ମାଝୀ ପ୍ରମୁଖ ସରକାର କୁ ଦୃଢ଼ ନିନ୍ଦା କରି ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
Edited by k.s thakur...


