ଅସହାୟ ବୃଦ୍ଧା ଙ୍କୁ ସହାୟତା ର ହାତ ବଢାଇଲେ ସମାଜସେବୀ...
କଣ୍ଟାବାଞ୍ଜି,୧୨/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦନ୍ଦ୍ରା ଗ୍ରାମ ଦଙ୍ଗରପଡ଼ା ର ଜଣେ ଅସହାୟ ବୃଦ୍ଧା ମହିଳାଙ୍କୁ ସହଯୋଗ ର ହାତ ବଢାଇଲେ କିଛି ସମାଜ ସେବୀ।
Ad..
ସୂଚନା ଅନୁସାରେ, ଦନ୍ଦ୍ରା ଗ୍ରାମ ଦଙ୍ଗରପଡ଼ା ର ଜଣେ ଅସହାୟ ବୃଦ୍ଧା କୁନ୍ତୀ ତାଣ୍ଡି(୬୫) ଙ୍କ ସାମାନ୍ୟ ଦୁର୍ଘଟଣା ଯୋଗୁଁ ହାତ ଭାଙ୍ଗି ଯାଇଛି। ସେ ଲୋକଙ୍କ ସହାୟତା ରୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କୌଣସି ସୈଲ୍ୟ ବିଶେଷଜ୍ଞ ନ ଥିବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା।
ବୃଦ୍ଧା ମହିଳା କୁନ୍ତୀ ଙ୍କ ଆର୍ଥିକ ଅସୁବିଧା ଥିବା ଯୋଗୁଁ ଓ ତାଙ୍କ ନିଜ କୌଣସି ସନ୍ତାନ ନ ଥିବା ହେତୁ ସେ ଅସହାୟ ହୋଇ ଯାଇ ଥିଲେ। ସେହି ବୃଦ୍ଧଙ୍କୁ ଆର୍ଥିକ ସହାୟତା ର ପ୍ରଥମ ହାତ ବଢାଇଲେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଡ଼ା. ଏସ୍ ଆର ମେହେର ଓ ପରେ ଶ୍ରୀ ରାମ ସେନା ସଭାପତି ଙ୍କୁ ଯୋଗା ଯୋଗ କରିଥିଲେ।
ଶ୍ରୀ ରାମ ସେନା ସଂଗଠନ ପକ୍ଷରୁ ଧର୍ମାନନ୍ଦ ଜୁଏଡ଼,କିଶୋର ପୁରୋହିତ,କିଶୋର ମଜଖଣ୍ଡ, ସ୍ମରଣ କୁମାର ମହାନ୍ତି ,ପ୍ରକାଶ ପ୍ରଧାନ, ଅଭିଷେକ ଶର୍ମା, ସୁମିତ ଶର୍ମା ବଲାଙ୍ଗୀର ର ସ୍ବେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ସେନା କୁ ଯୋଗାଯୋଗ କରି ବୁଢ଼ୀ ମା ଙ୍କ ଚିକିତ୍ସା ସହ ଯିବା ଆସିବା ଖର୍ଚ୍ଚ ର ବ୍ୟବସ୍ଥା କରିଥିଲେ।
ବୃଦ୍ଧା ମହିଳା କୁନ୍ତୀ ଙ୍କ ସମ୍ପର୍କୀୟ ଜଣେ ଭଣଜା ଙ୍କୁ ତାଙ୍କ ସହ ପଠାଇ ଉତ୍ତମ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ଆମ୍ବୁଲାନ୍ସ ଓ ଫୋନ ଯୋଗ ଯୋଗ ମାଧ୍ୟମରେ ଅନ୍ୟ ସୁବିଧା ନିମନ୍ତେ ସହଯୋଗ ର ହାତ ବଢାଇ ଥିଲେ।
ସାହାଯ୍ୟ ଓ ସହଯୋଗ ପାଇଁ ମାହେଶ୍ୱରୀ ସଂଗଠନ ର ସୁରେଶ କମ୍ପ,ସଚ୍ଚିକାନ୍ତ ନାଏକ, ସନତ ପ୍ରଧାନ, ପ୍ରତାପ ଗଡ଼ତିଆ ଏବଂ ଅରୁଣ ପାଲଟା ସମସ୍ତ ସ୍ବେଚ୍ଛାସେବୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଅସହାୟ ବୃଦ୍ଧା କୁନ୍ତୀ ତାଣ୍ଡି ।
Edited by k.s thakur...


