ମୃତ ଯବାନଙ୍କ ଘରକୁ ପହଞ୍ଚି ସମବେଦନା ଜଣାଇଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ...

ମୃତ ଯବାନଙ୍କ ଘରକୁ ପହଞ୍ଚି ସମବେଦନା ଜଣାଇଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ...


ସିନ୍ଧେକେଲା,୧୨/୧୧ : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମପଡା ଗ୍ରାମର ବିଏସଏଫ ଯବାନ ଚକ୍ରଧର ବଛା ଙ୍କ ଘରକୁ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି। ପ୍ରାୟ ୧୦ ବର୍ଷ ହେବ ଚକ୍ରଧର ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। 

Ad..


ଜମ୍ମୁ ରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ ଶରୀର ଗାଁ କୁ ପହଞ୍ଚିବାପରେ ଅଞ୍ଚଳର ଶହଶହ ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ତେବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବାସହ କିଛି ଆର୍ଥିକ ସହଯୋଗ ଦେବାସହ ଆଲୋଚନା କରିଥିଲେ। 

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅନିଲ ନାଏକ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଚାନ୍ଦୋତରା ସରପଞ୍ଚ ଜିତେନ ବଛା, ମୁକେଶ ବାଗ, ପ୍ରତାପ ନିଆଳ, ମୁନି ରାମ ନାଗ ପ୍ରମୁଖ ଉପସ୍ଥିତ ଥିଲେ।




Report : Anil tripathi

Edited by k.s thakur...

Post a Comment

Previous Post Next Post