ବିଜେପୁର ନିର୍ବାଚନ ମଣ୍ଡଳୀ ତାଲପାଲି ସରପଞ୍ଚ ଙ୍କ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ...

ବିଜେପୁର ନିର୍ବାଚନ ମଣ୍ଡଳୀ ତାଲପାଲି ସରପଞ୍ଚ ଙ୍କ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ...


ବରଗଡ଼,୧୦/୧୧ : ସ୍ଥାନୀୟ ନେତା ଙ୍କ ଚାପ ଯୋଗୁଁ ଜଣେ ଜନପ୍ରତିନିଧି ବିଷ ଖାଇ ଆତ୍ମହତ୍ୟା କରିବା ପାଇଁ ପଦକ୍ଷେପ ନେବା ଭଲି ଘଟଣା ଏବେ ସମଗ୍ର ବରଗଡ଼ ଜିଲ୍ଲା ରାଜନୈତିକ ଆଲୋଚନା ଯୋର୍ ଧରିଛି। 

Ad..


ଘଟଣା ରୁ ଜଣା ପଡିଛି ଯେ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆସିଥିବାରୁ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଗାଇସିଲେଟ ବ୍ଲକର ତାଲପାଲି ସରପଞ୍ଚ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। 

ତାଙ୍କ ପୁଅ ଙ୍କ ଅଭିଯୋଗ ଅନୁଯାୟୀ ତାଲପାଲି ର ଜଣେ ପୁରୁଖା ନେତା ବହୁ ହଇରାଣ ହରକତ କରୁଥିବା ରୁ ଶେଷରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବାରୁ ମୋ ମାଁ ବିଷ ଖାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସରପଞ୍ଚ ଙ୍କୁ ପଦ୍ମପୁର ସରକାରୀ ଡାକ୍ତର ଖାନା ରେ ଭର୍ତି କରାଯାଇଛି।

ଆଜି ରବିବାର ଦିନ ୧୨ ଘଣ୍ଟା ସମୟରେ ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଭର୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହୁଛନ୍ତି। ଜଣେ ଜନପ୍ରତିନିଧି ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସମଗ୍ର ବରଗଡ଼ ଜିଲ୍ଲା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post