୧୧ ତମ ବରଗଡ଼ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମୀକ୍ଷା ବୈଠକ ...
(ବିଦ୍ୟାଳୟ ର ସାମଗ୍ରିକ ବିକାଶ ରେ ପ୍ରଧାନ ଶିକ୍ଷକ ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ମତ ପ୍ରକାଶ)
ବରଗଡ଼,୧୦/୧୧ : ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଙ୍କ ୧୧ ତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇ ଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବୈଠକ କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦକ୍ଷ ନେତୃତ୍ବ ହିଁ ବିଦ୍ୟାଳୟ ର ସାମଗ୍ରିକ ବିକାଶ ରେ ସହାୟକ ହୋଇ ଥାଏ ବୋଲି ଉଲ୍ଲେଖ କରି ଉତ୍କର୍ଷ, ନାସ୍ ୟୁ ଡାଇସ,ଆଦି ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିଲେ।
Ad..
ଏହି ବୈଠକ ରେ ସମ୍ମାନିତ ଅତିଥି ଭାବେ ଜର୍ଜ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ଵତୀ ଦାଶ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ର ସଫଳ ରୂପାୟନ ପାଇଁ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରି ପ୍ରଧାନ ଶିକ୍ଷକ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
ରାଣା ପ୍ରତାପ ସ୍କୁଲ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବରଗଡ଼ ବ୍ଲକ ରେ ଛାତ୍ର ଛାତ୍ରୀ ଙ୍କ ପରିଚାଳିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଇଗ୍ନାଇଟେଡ- ୫୦ ର ସଫଳ ରୂପାୟନ ପାଇଁ ବିସ୍ତୃତ ଆଲୋଚନା କରିଥିବା ବେଳେ ଦ୍ବିତୀୟ ଅଧି ବେସନ ରେ ଆକାଙ୍ଖି କାର୍ଯ୍ୟକ୍ରମ,ଖାନ ଏକାଡେମୀ ର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ ,ମୁଖ୍ୟ ମନ୍ତ୍ରୀ ପୁରସ୍କାର , ଜାତୀୟ ଉପଲବ୍ଧି ସର୍ବେକ୍ଷଣ ,ମାଧ୍ୟମିକ ବିଦ୍ୟାଳୟ ରେ ଡିଜିଟାଲ ମୂଲ୍ୟାଙ୍କନ ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ବିଶିଷ୍ଟ କଣ୍ଠ ଶିଳ୍ପୀ ପ୍ରମୋଦ ଦାଶ ଙ୍କ ଉଦଯାପନୀ ସଙ୍ଗୀତ ଗାନ ରେ ବୈଠକ ସମାପ୍ତ ହୋଇଥିଲା ।
Report : Bijay ku sahu
Edited by k.s thakur...


