ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀ ର ଚୂଡାନ୍ତ ପ୍ରସ୍ତୁତି ବୈଠକ...
ବରଗଡ଼,୧୦/୧୧ : ସ୍ଥାନୀୟ ଏଇ ମିଶନ ସ୍କୁଲ ସମ୍ମିଳନୀ କକ୍ଷରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ଡ଼.ତପସ୍ବିନୀ ଗୁରୁ ଙ୍କ ସଭାପତିତ୍ବରେ ଏବଂ ସର୍ଦାର ପ୍ରୀତମ ସିଂ ଙ୍କ ସଂଯୋଜନା ରେ ଆସନ୍ତା ୨୦ ତାରିଖ ଦିନ ଏଇମିସନ ସ୍କୁଲ ଠାରେ ସକାଳ ୦୯ ଘଣ୍ଟା ସମୟରେ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧ ଦିବସକୁ କିପରି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସର୍ବାଙ୍ଗ ସୁନ୍ଦର କରାଯିବ ସେ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ।
ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ସର୍ବଶ୍ରୀ ଦଧିବାମନ ଶତପଥୀ ,ଯୁଗଳ ପ୍ରସାଦ ସିଂ,କୃଷ୍ଣ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ଦାଶ,ଡ.ରବି ନାରାୟଣ ସାହୁ,ନୁରାବତୀ ସାହୁ,ଶିବାନନ୍ଦ ମଟାରୀ, ଅଚ୍ୟୁତାନନ୍ଦ ବାରିକ, ସଂଘମିତ୍ରା ପଟେଲ, ସନ୍ତୋଷିନୀ ନାଗ, ସଂଗୀତା ଦୀପ,ପ୍ରଦୀପ କୁମାର ମିଶ୍ର, ସାରଥି ମେହେର,ମାନସ ରଞ୍ଜନ ଦାଶ ଓ ଆହୁରି ଅନେକ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ଶେଷରେ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


