ଲେବର୍ ଚାଲାଣ କୁ ନେଇ ଛୁରା ମାଡ ହୋଇଥିବା ଚର୍ଚ୍ଚା, କଣ୍ଟାବାଞ୍ଜି ଷ୍ଟେସନ ରେ ଅସୁରକ୍ଷିତ ଯାତ୍ରୀ...
(ସାମାଜିକ ଗଣମାଧ୍ୟମ ରେ ଫଟୋଚିତ୍ର ଭାଇରାଲ)
କଣ୍ଟାବାଞ୍ଜି,୧୪/୧୧ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ ରେ ଜଣେ ବ୍ୟକ୍ତି ଙ୍କୁ ଛୁରାମାଡ। ସାମାଜିକ ଗଣମାଧ୍ୟମ ରେ ଫଟୋଚିତ୍ର ଭାଇରାଲ। କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ଅସାମାଜିକ ତତ୍ତ୍ଵ ବୃଦ୍ଧି ପାଇବା ସୂଚନା ରହିଛି।
Ad..
ସୁଚନା ଅନୁସାରେ, ବଙ୍ଗୋମୁଣ୍ଡା ଅଞ୍ଚଳ ର ଜଣେ ଲେବର ସର୍ଦ୍ଦାର ପ୍ରତେକ ବର୍ଷ କିଛି ଶ୍ରମିକ ଙ୍କୁ ରାଜ୍ଯ ବାହାର ଚାଲାଣ କରିଥାଏ। ସେହି ସର୍ଦ୍ଧାର ଟିକେ ସିଧାସଳଖ କଣ୍ଟାବାଞ୍ଜି ରେଲବାଇ ଷ୍ଟେସନ ରୁ ଟ୍ରେନ ଯୋଗେ ଗତ ୧ ତାରିଖ ରାତି ସେହି ଦାଦନ ସର୍ଦ୍ଦାର ଶ୍ରମିକ ଚାଲାଣ କରୁଥିବା ବେଳେ ସ୍ଥାନୀୟ କିଛି ଦାଦନ ସର୍ଦ୍ଧାର ମାନେ ବିରୋଧ କରିଥିଲେ।
ଆମ ବିନା ଅନୁମତି ବାହାରିଆ କୌଣସି ସର୍ଦ୍ଧାର ଦାଦନ ଚାଲାଣ କରିପାରିବ ନାହିଁ ବୋଲି ସେହି ସର୍ଦ୍ଧାର ଅନ୍ୟ ଜଣେ ଦାଦନ ସର୍ଦ୍ଦାର ଙ୍କୁ କହି ଯୁକ୍ତି ତର୍କ ହେଲା ପରେ ଜଣେ ସର୍ଦ୍ଦାର ଆଉ ଜଣେ ସର୍ଦ୍ଦାର ଙ୍କ ମୁହେଁ ରେ ଛୁରା ମାଡ କରିଥିଲେ! ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସିଆ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ କୁ ନେଇଥିବା ବେଳେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ରେ ଦାଦନ ସର୍ଦ୍ଦାର ଙ୍କ ଫଟୋଚିତ୍ର ଭାଇରାଲ ହେଉଛି।
ସ୍ଥାନୀୟ ଦାଦନ ସର୍ଦ୍ଧାର ଙ୍କ ପ୍ରଶାସନ ସହ ଭଲ ସମ୍ପର୍କ ରହିଛି ତେଣୁ ଥାନା ଅଭିଯୋଗ କଲେ କେହିଁ ଶୁଣିବେ ନାହିଁ ବୋଲି ଆକ୍ରମଣ ଶିକାର ହୋଇଥିବା ଦାଦନ ସର୍ଦ୍ଦାର ଭୟ କରି ଡାକ୍ତରଖାନା ରୁ ଫେରାର ହୋଇଯାଇଥିଲେ। ତେବେ ରେଲବାଇ ଷ୍ଟେସନ ଭିତର କୁ କିଛି ଦାଦନ ସର୍ଦ୍ଦାର ମାନେ ମରଣାନ୍ତକ ଅସ୍ତ୍ର ଧରି କେମିତି ପସୁଛନ୍ତି ବୋଲି ପ୍ରଶ୍ନ ଉଠୁଛି?
ଯଦି ଆଗାମୀ ଦିନ ରେ କଣ୍ଟାବାଞ୍ଜି ଷ୍ଟେସନ ଭିତରେ ବଡଧରଣର ଅଘଟଣ ଘଟେ ତେବେ ସେଥି ପାଇଁ କିଏ ଦାୟୀ ବୋଲି ମଧ୍ଯ ପ୍ରଶ୍ନ ଉଠୁଛି। ତେବେ ରେଲ ବିଭାଗ ଏହି ଘଟଣା ଗୁରୁତର ଭାବେ ନେଇ ରେଲବାଇ ଷ୍ଟେସନ ପ୍ରବେଶ ଦ୍ବାରା ଯାଞ୍ଚ ପ୍ରକିୟା କଡାକଡି କରି ଅସ୍ତ୍ରଶସ୍ତ୍ର ଧରି ଷ୍ଟେସନ କୁ ଆସୁଥିବା ବ୍ୟକ୍ତି ଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଳ ଯାତ୍ରୀ ମାନେ ଦାବୀ କରୁଛନ୍ତି।
ତେବେ ଏହା କୌଣସି ନୂଆ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ଯାତ୍ରୀଙ୍କ ଠାରୁ ଲୁଟ ପାଟ କରିବା ପାଇଁ ରେଲୱେ ଷ୍ଟେସନ ଏରିଆରେ ଛୁରା ମାଡ,ନିସ୍ତୁକ ମାଡ ମାରିବା ଘଟଣା ଘଟି ସାରିଛି ହେଲେ କଣ୍ଟାବାଞ୍ଜି ରେଲୱେ ଜିଆରପି ଓ ଆରପିଏଫ କୋଉ କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।
Edited by k.s thakur...


