ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ...


ପଦ୍ମପୁର,୧୪/୧୧ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ସାରା ଦେଶରେ ଶିଶୁ ଦିବସ ରୂପେ ମହା ଆଡମ୍ବରରେ ପାଳନ କରାଯାଉଛି। 

            Ad..


ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଉଦ୍ଦେଶ୍ୟ କଥନ ଓ ସ୍ବାଗତ ଭାଷଣ ଦେଇଥିଲେ। ଶିଶୁ ଦିବସ ବିଷୟରେ ଶ୍ରୀମାନ ସଞ୍ଜିବ ସାହୁ ଗୁରୁଜୀ ଶିଶୁ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଶ୍ରୀମତୀ ଚିତ୍ରା ଖରସେଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଦିବା ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ମୁଦିରଥ ପଣ୍ଡା ଧନ୍ୟବାଦ ଦେଇଥିଲେ। ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।




Report : Bijay ku sahu

Edited by k.s thakur...

Post a Comment

Previous Post Next Post