ବରିଷ୍ଠ ମାନଙ୍କୁ ତିର୍ଥାଟନରେ ନେବା ମତେ ଆନନ୍ଦ ଦେଇଥାଏ...
ବରଗଡ଼,୧୪/୧୧ : ବରଗଡ଼ ୱାର୍ଡ ନଂ ୧୧ ଶକ୍ତି ନଗର ବାସୀନ୍ଦା ତଥା ସିମେଣ୍ଟ ଫ୍ୟାକ୍ଟ୍ରି ର ଅବସର ପ୍ରାପ୍ତ କର୍ମଚାରୀ ସତ୍ୟ ନାରାୟଣ ପଣ୍ଡା ଏବେ ସାମାଜିକ କାର୍ଯ୍ୟରେ ଆଉ ପାଦେ ଆଗକୁ ବଢ଼ି ଛନ୍ତି।
Ad..
ଗତବର୍ଷ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଚଳିତ ବର୍ଷ ନେପାଳ ଯାତ୍ରା ତଥା ଆସନ୍ତା ଜାନୁୟାରୀ ରେ କେରଳ ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଚାରିଧାମ ଯାତ୍ରା ରେ ପ୍ରାୟ ୮୫ ଜଣ ଯାତ୍ରୀ ଙ୍କୁ ନେଇ ସୁରୁଖୁରୁରେ ଯାତ୍ରା ସମ୍ପାଦନ କରିଥିବା ବେଳେ ନେପାଳ ଯାତ୍ରା ପ୍ରାୟ ନବେ ଯାତ୍ରୀ ଙ୍କୁ ନେଇ ନିର୍ବିଘ୍ନ ରେ ଦର୍ଶନ କରି ଫେରିଥିଲେ ।
ଏବେ ୨୦୨୫ ଜାନୁଆରୀ ମାସ ରେ କେରଳ ଯାତ୍ରା ପାଇଁ ସଜବାଜ ହେଉଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଏହିସବୁ ଯାତ୍ରା ରେ ପ୍ରାୟତଃ ବରିଷ୍ଠ ନାଗରିକ ରହିଥିବାରୁ ଦାଇତ୍ୱ ଅଧିକ ଥାଏ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।
ଶ୍ରୀ ପଣ୍ଡା ତାଙ୍କ ସମସ୍ତ ଯାତ୍ରା ରେ ସମସ୍ତ ଙ୍କ ପାଇଁ ସୁରୁଖୁରୁରେ ଯିବାଆସିବା,ରହିବା ଖାଇବା ଇତ୍ୟାଦି ରେ ଅଧିକ ଧ୍ୟାନ ଦେଇଥାନ୍ତି ଓ ସେଥିପାଇଁ କୈାଣସି ଟୁର ଲିଷ୍ଟ ବାହାର କରିବା ମାତ୍ରେ ଅଧିକ ରୁ ଅଧିକ ଯାତ୍ରୀ ଯିବାକୁ ଆଗଭର ହୋଇଥାନ୍ତି।
Report : Bijay ku sahu
Edited by k.s thakur...


