ଅମ୍ବାଭନା ବ୍ଲକ ଅଞ୍ଚଳରେ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡର ଚଢାଉ...

ଅମ୍ବାଭନା  ବ୍ଲକ  ଅଞ୍ଚଳରେ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡର ଚଢାଉ...


(ତମାଖୁ ଉତ୍ପାଦ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରୀ କରୁଥିବା ୧୯ ଜଣ ବ୍ୟବସାୟୀଙ୍କ ଠାରୁ  ସଂଗ୍ରହ ହେଲା  ୬୫୦୦/-ଟଙ୍କା ଜୋରିମାନା)

ବାରଗଡ,୧୩/୧୧ : ଆଜି ଅମ୍ବାଭନା  ବ୍ଲକ  ଅଞ୍ଚଳରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA ନିୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୧୬ ଜଣ ନିୟମ ଖିଲାପକାରୀଙ୍କ  ଠାରୁ ସମୁଦାୟ ଜୋରିମାନା ଟ.୪୧୦୦/ -  ଓ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରୀ କରୁଥିବା  ୩ ଜଣ ଖାଦ୍ୟ...

         Ad..


ବ୍ୟବସାୟୀଙ୍କ ଠାରୁ ଟ. ୨୪୦୦/- ଜୋରିମାନା ସଂଗ୍ରହ କରାଯିବା ସହ ଜନସାଧରଣଙ୍କୁ ଖାଦ୍ୟରେ ରଂଗ ବ୍ୟବହାର ନ କରିବା, ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା ଏବଂ ତମାଖୁ ବ୍ୟବହାରର କ୍ଷତି ବିଷୟରେ ସଚେତନ କରାଯାଇଅଛି।

ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଭେଷଜ ନିରୀକ୍ଷକ ସୁନିତା ନାଗ,  ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ୱର ନାଏକ, ଜିଲ୍ଲା ପରମର୍ଶଦାତା ଶ୍ରୀ ସୀତେଶ ତ୍ରୀପାଠୀ, ଅବକାରୀ ବିଭାଗରୁ କନିଷ୍କ ଚନ୍ଦ୍ର ତ୍ରିପାଠୀ, ଏ.ଏସ.ଆଇ. ଓ ଟିମ ଏବଂ ପୋଲିସ ବିଭାଗରୁ  ପୋଲିସ କନଷ୍ଟେବଳ ରବିନାରାୟଣ ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ଉପସ୍ଥିତଥିଲେ ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post