ଭାରତ ସରକାର ଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ...

ଭାରତ  ସରକାର ଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ...


ପଦ୍ମପୁର,୨୬/୧୧ : ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ଠାରେ ଭାରତ  ସରକାର ଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ପାନୀୟ ଜଳ ପ୍ୟାକେଜ୍ ବିଷୟ ରେ ଅନୁଷ୍ଠିତ ପ୍ରତିଯୋଗିତା ରେ ୭୦ ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ।

         Ad..


ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ଵର ଶାଖା ର ମାଷ୍ଟର ଟ୍ରେନର ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ସାଧନକର୍ମୀ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। 

ଏହି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନରେ ସ୍ୟୋମ୍ୟରଞ୍ଜନ ପଟ୍ଟନାୟକ ଏବଂ ଏମ୍ ଡି ୟାକୁବ୍(୧୦୦୦ ଟଙ୍କା ),ଦ୍ବିତୀୟ  ଲକି ପଶାୟତ ଏବଂ ଶୁଭମ  ବେଶ୍ରା(୭୫୦ ଟଙ୍କା ),ତୃତୀୟ ପିୟୁଷ ରଞ୍ଜନ ବେହେରା ଏବଂ ଅବିନାଶ ମେହେର (୫୦୦ ଟଙ୍କା),ଚତୁର୍ଥ ସ୍ଥାନ ଅଧିକାର କରିଥିବା କ୍ରିଶ ବେହେରା ଏବଂ ଅଙ୍କୁଶ କୁମାର ବାରିକ ଙ୍କୁ ୨୫୦  ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇ ପୁରସ୍କୃତ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।ପ୍ରୀତିରଶ୍ମୀ ସେଠ୍ ଅତିଥି ପରିଚୟ ଓ ସଂଗ୍ରାମ କେଶରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post