ଓଡିଶାବାସୀ ଙ୍କୁ ବିଜେପି ଧୋକା ଦେଉଛି : ଆପ୍ ...
(୩୦୦ ୟୁନିଟ ବିଜୁଳି ଫ୍ରି, ୩ହଜାର ଟଙ୍କା ଭତ୍ତା ଜୁମଲା ହୋଇଛି)
ବରଗଡ଼ : ଭାରତୀୟ ସମ୍ବିଧାନ ଦିବସ ଓ ଆମ୍ ଆଦମୀ ପାର୍ଟି ର ୧୩ ତମ ପ୍ରତିଷ୍ଠା ଦିବସ ଅବସରରେ ବରଗଡ଼ ଗାନ୍ଧୀଛକରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଓଡିଶା ରେ ବିଜେପି ନେତୃତ୍ୱାଧୀନ ଡବଲ ଇଂଜିନ ସରକାର ଗଠନ ହେଵା ପରେ ନିର୍ବାଚନରେ ଦିଆ ଯାଇଥିଵା ପ୍ରତିଶୃତି ଯଥା ପ୍ରତ୍ୟେକ ପରିବାର ଙ୍କୁ ୩୦୦ ୟୁନିଟ ବିଜୁଳି ଫ୍ରି, ବାର୍ଦ୍ଧକ୍ୟ, ବିଧବା ଭତ୍ତା ୩ହଜାର ଟଙ୍କା, ସବୁ ମହିଳା ଙ୍କୁ ଦୁଇଟି କିସ୍ତି ରେ ୫୦ ହଜାର ଟଙ୍କା, ୨୪ ଘଣ୍ଟା ମଧ୍ୟରେ ଚିଟ ଫଣ୍ଡ ଟଙ୍କା ଫେରସ୍ତ କରିବା କଥା କୁହାଯାଇ ଥିଲା।
କିନ୍ତୁ ପରିତାପର ବିଷୟ ଏହି ସବୁ ପ୍ରତାରଣା ପାଲଟିଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି ସେହିପରି ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି, ଓଡ଼ିଆ ଅସ୍ମିତା ନାଁ ବିଜେପି କ୍ଷମତା କୁ ଆସିଥିବା ପରେ ଓଡ଼ିଆ ଲୋକଙ୍କୁ ମାଡ଼ ମରାଯାଉଛି ବୋଲି ଯଦୁମଣି ପ୍ରଧାନ କହିଛନ୍ତି ସେହିପରି ବର୍ତମାନ ଗନ୍ଧମାର୍ଦନ ପର୍ବତ ଉପରେ ଅଦାନୀ ନଜର କଲାଣି ଯାହାକୁ ନେଇ ପଶ୍ଚିମ ଓଡିଶାର ସ୍ୱାର୍ଥ ସହ ବିଜେପି ଖେଳ ଖେଳୁଛି ବୋଲି ପୌଲସ୍ତ ଶାହ ଅଭିଯୋଗ କରିଛନ୍ତି।
ଓଡିଶା ଲୋକଙ୍କୁ ମିଥ୍ୟା କଥା କହି ବିଜେପି ଭୋଟ ହାତେଇ ଥିବା କହିଛନ୍ତି ଭଟଲି ବିଧାନସଭାର ଶାହରୁଖ ଲୋଧିଆ, ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ କୁ ସରକାର ଅଣଦେଖା କରୁ ଥିବା ଜୟକ୍ରିଷ୍ଣା ଛୁରିଆ ଅଭିଯୋଗ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ମାରିୟମ ବାର୍ଲା, ସ୍ୱରୂପ ଭୋଇ, ସରିତା ସୁନା, ମମତା ବେହେରା, ଗୌତମ ମହାନନ୍ଦ, ଅସିତ ସାହୁ, ସୁବଳ କହରା, ରାଜକିଶୋର ନାଗ, ଅଭିଳାଷ ସୁନା, ଆଲୋକ ସୁନା,ମେରୀ ମହାନନ୍ଦ, ଦେବକୀ ବାରିକ,ମିଥିଲା ଭୋଇ, ନମ୍ରତା ସୁନା ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


