ସମ୍ବିଧାନ ହେଉଛି ରାଷ୍ଟ୍ର ଓ ଗଣତନ୍ତ୍ର ର ବଳ : ରାଷ୍ଟ୍ରୀୟ ସମ୍ବିଧାନ ଦିବସ ରେ ମତ ପ୍ରକାଶ...

ସମ୍ବିଧାନ ହେଉଛି ରାଷ୍ଟ୍ର ଓ ଗଣତନ୍ତ୍ର ର ବଳ : ରାଷ୍ଟ୍ରୀୟ ସମ୍ବିଧାନ ଦିବସ ରେ ମତ ପ୍ରକାଶ...


ବରଗଡ଼,୨୬/୧୧ : ସମାଜ ରେ ସମତା ରକ୍ଷା କରିବା  ଓ ଗଣ ତନ୍ତ୍ର କୁ ସୁଦୃଢ଼ କରିବାରେ ସମ୍ବିଧାନ ର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଥିବା ବେଳେ ଏହା ରାଷ୍ଟ୍ର ଓ ଗଣତନ୍ତ୍ର ର  ବଳ ବୋଲି ରାଣା ପ୍ରତାପ ସ୍କୁଲ ଠାରେ ଅନୁଷ୍ଟିତ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳନ ଅବସର ରେ ବକ୍ତା ଗଣ ମତ ପ୍ରକାଶ କରିଛନ୍ତି।

        Ad..


ପ୍ରଧାନ ଶିକ୍ଷକ ସୂ ଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କପିଲ କଠାର  ଯୋଗ ଦେଇ ସମ୍ବିଧାନ ଦୁର୍ବଳ ର ବଳ ,ଅସହାୟ ର ସହାୟ ଓ ସର୍ବୋପରି ଆମ ରାଷ୍ଟ୍ର ଓ ଗଣ ତନ୍ତ୍ର ର  ବଳ ବୋଲି ଅଭିହିତ କରିଥିଲେ । 

ପ୍ରାରମ୍ଭ ରେ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ ଭୀମ ରାଓ ଆମ୍ବେଦକର  ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ଛାତ୍ର ଛାତ୍ରୀ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଶିକ୍ଷକ ଅଭିଭାବକ ସଂଘ ର ବରିଷ୍ଠ ସଦସ୍ୟ ସୁଦର୍ଶନ ବାରିକ ,ବିଜ୍ଞାନ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ ,ଶିକ୍ଷୟିତ୍ରୀ ଭାରତୀ ସେଟ୍ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ଦିବସ ପାଳନ ର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ। ଏହି ଅବସର  ଭାଷଣ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ପରିସେଶ ରେ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post