ବରଗଡ ଆସୋସିଏସନ ଅଫ୍ ଜର୍ଣ୍ଣାଲିଷ୍ଟ (ବାଜ)ର ବୈଠକ...

ବରଗଡ ଆସୋସିଏସନ ଅଫ୍ ଜର୍ଣ୍ଣାଲିଷ୍ଟ (ବାଜ)ର ବୈଠକ...


ବରଗଡ,୧୭।୧୧: ବରଗଡ଼ ଜିଲ୍ଳା ଅମ୍ବାଭୋନା ସ୍ଥିତ ରାସ୍ତାକଡ ସୁବିଧା କେନ୍ଦ୍ର ଠାରେ ବରଗଡ ଜିଲ୍ଲା ଏସୋସିଏସନ ଅଫ୍ ଜର୍ଣ୍ଣାଲିଷ୍ଟ (ବାଜ)ର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ତଥା ରାଜ୍ୟ ସାମ୍ବାଦିକ ସଂଘ (SUJ)ର ବରଗଡ ଶାଖା ଆନୁକୂଲ୍ଯରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। 

         Ad..


ବାବା କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ବୈଠକ ସ୍ଥଳରେ ମା ସମଲେଶ୍ବରୀଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହିତ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସାଧାରଣ ସମ୍ପାଦକ ମାଧବ ପ୍ରସାଦ ସାହୁ ଉଦ୍ଦେଶ୍ୟ ଜ୍ଞାପନ ସହିତ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଏହି ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନେ ସାମଗ୍ରିକ ବିକାଶ ଓ ସାମାଜିକ କାମରେ ନିଜକୁ ସମର୍ପିତ କରି ସାମ୍ବାଦିକ ମାନଙ୍କ ମଧ୍ଯରେ ସମନ୍ବୟ ରକ୍ଷା କରି ସହଯୋଗ ହାତ ବଢାଇବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। 

ଏଥି ସହ ସାମ୍ବାଦିକ ମାନଙ୍କ ମଧ୍ଯରେ ବ୍ୟକ୍ତିଗତ ଆକ୍ଷେପ ମନୋଭାବକୁ ସଂଘ ଦୃଢ ନିନ୍ଦା କରାଯାଇଥିଲା। ଏହି ବୈଠକରେ ସାମ୍ବାଦିକ ମାନଙ୍କ କଲ୍ଯାଣ ପାଣ୍ଠି, ସ୍ବାସ୍ଥ୍ଯ ବୀମା, ପେନସନ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଗଲା। ସଂଗଠନର ସଭାପତି ବିଜୟ କୁମାର ସାହୁ ଚଳିତ ବର୍ଷ ଜାତୀୟ କାର୍ଯ୍ଯକାରିଣୀ ସଦସ୍ଯ ଭାବରେ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ  ବରିଷ୍ଠ ସଦସ୍ଯ ବାଳକିଶୋର ଖାଡଙ୍ଗାଙ୍କୁ ସଂଘର ନୂତନ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। 

ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ କିଶୋର ଚନ୍ଦ୍ର ପାଢୀଙ୍କ ଉପସ୍ଥିତିରେ ଆସନ୍ତା ଦୁଇବର୍ଷ ପାଇଁ ବରଗଡ ଜିଲ୍ଲା ଏସୋସିଏସନ ଅଫ୍ ଜର୍ଣ୍ଣାଲିଷ୍ଟ (ବାଜ)ର ପରିଚାଳନା କମିଟି ଗଠନ କରାଯାଇଥିଲା । ବାଲାଜୀ ବିଭୁ ରଂଜନ ତରସିଆ ଓ ପ୍ରଭାକର ଦାସ ଉପସଭାପତି, ମାଧବ ପ୍ରସାଦ ସାହୁ ସାଧାରଣ ସମ୍ପାଦକ, ନରସିଂହ ଚରଣ ସାହୁ ଓ ଚନ୍ଦ୍ରମଣୀ ବେହେରା ସହ ସମ୍ପାଦକ, ନିତ୍ୟାନନ୍ଦ ବାଗ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ।

ନୂତନ ବର୍ଷ ବର୍ଷ ପାଇଁ ନୂତନ ସଭ୍ଯ ସଂଗ୍ରହ ଓ ନବୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଅବସରରେ ସଂଘର ଚିତ୍ତରଞ୍ଜନ ସାହୁ ଓ ଅଜୟ ସାହୁ ନୂତନ ସଦସ୍ଯ ଭାବେ ଗ୍ରହଣ କରାଯାଇ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ପରିଶେଷରେ ସଂଘର ଉପସଭାପତି ପ୍ରଭାକର ଦାସ ଉପସ୍ଥିତ ସମସ୍ତ ସଦସ୍ଯ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...


Post a Comment

Previous Post Next Post