ଓଡିଶା ରସାୟନ ସଂସଦର ୨୯ତମ ଆଞ୍ଚଳିକ ସମ୍ମିଳନୀ ଏବଂ ସଂପ୍ରତି ରସାୟନ ବିଜ୍ଞାନ ପ୍ରଗତିର ଜାତୀୟ ସମ୍ମିଳନୀ ଉଦ୍ ଯାପିତ...

ଓଡିଶା ରସାୟନ ସଂସଦର ୨୯ତମ ଆଞ୍ଚଳିକ ସମ୍ମିଳନୀ ଏବଂ ସଂପ୍ରତି ରସାୟନ ବିଜ୍ଞାନ ପ୍ରଗତିର ଜାତୀୟ ସମ୍ମିଳନୀ ଉଦ୍ ଯାପିତ... 


ବରଗଡ଼,୧୭/୧୧ : ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ରସାୟନ ବିଜ୍ଞାନ ବିଭାଗ ତରଫରୁ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀ ଶେଷ ହୋଇଛି ।  ଏହି ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍  ସଭାପତିତ୍ବ କରି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ବିଜ୍ଞାନ ଗବେଷଣା ଓ  ପ୍ରଯୁକ୍ତିବିଦ୍ୟାର ମହତ୍ତ୍ଵ ସମ୍ପର୍କରେ ନିଜସ୍ଵ  ବକ୍ତବ୍ୟ ରଖିଥିଲେ । 

Ad..


ପ୍ରଶାସନିକ ଅଧିକାରୀ ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ରସାୟନ ବିଜ୍ଞାନ ଗବେଷଣାର ନୂତନତ୍ବ ପ୍ରତି ଉତ୍ସାହିତ ହୋଇ ଅଭିଭାଷଣ ପ୍ରଦାନ କରିଥିଲେ ।  ଏହାଛଡା ଓଡିଶା ରସାୟନ ସଂସଦର ସଭାପତି ପ୍ରଫେସର ଡକ୍ଟର ଅଜୟ କୁମାର ବେହେରା ଏବଂ  ସମ୍ପାଦକ ପ୍ରଫେସର ଡକ୍ଟର ଅଚ୍ୟୁତାନନ୍ଦ ଆଚାର୍ଯ୍ୟ ନିଜ ନିଜର ଅଭିମତ ପ୍ରଦାନ କରିଥିଲେ। 

ବୈଷୟିକ ଅଧିବେଶନର ତିନୋଟି ପର୍ଯ୍ୟାୟରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଡକ୍ଟର ପ୍ରମିଳା କୁମାରୀ ମିଶ୍ର, ପ୍ରଫେସର ଡକ୍ଟର ଆଶୁତୋଷ ସାମନ୍ତରାୟ ଏବଂ ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ଦାସ  । ଭାରତର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରୁ ବହୁ  ଖ୍ୟାତନାମା ପ୍ରଫେସର ଏବଂ ଗବେଷକ  ଗବେଷିକା ଯୋଗ ଦେଇ ନିଜ ନିଜର ଗବେଷଣା ନିବନ୍ଧ ଉପସ୍ଥାପନ କରିଥିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ପ୍ରଫେସର ଡକ୍ଟର ନିତିନ୍ ଚଟ୍ଟୋପାଧ୍ୟାୟ,ଡକ୍ଟର ଅଞ୍ଜଳି ପତି,ଅନିଲ ସାହୁ,ସରୋଜ କୁମାର ସାହୁ, ଡକ୍ଟର ବାମା ପ୍ରସାଦ ବାଗ,ଡକ୍ଟର ପିତାମ୍ବର ପଟେଲ୍, ଡକ୍ଟର ଭାରତ ସାହୁ,ଡକ୍ଟର ବୃନ୍ଦାବନ ନାୟକ, ଡକ୍ଟର ଶ୍ରୀକାନ୍ତ ମହାରଣା, ଡକ୍ଟର ସୁନାଶିର ମିଶ୍ର, ଡକ୍ଟର ଦିଲ୍ଲିପ କୁମାର ସାହୁ ପ୍ରମୁଖ ପ୍ରଧାନ । 

ବିଜ୍ଞାନ ଗବେଷଣା କ୍ଷେତ୍ରରେ  ଆଗ୍ରହ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପ ପ୍ରସ୍ତୁତିରେ ତତ୍ତ୍ୱାବଧାନ କରି ସେମାନଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ଉଦାହରଣ ସୃଷ୍ଟି କରିପାରି ଥିବା ବରଗଡ଼ ଲସତାଲା ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବଇଲୋଚନ ପଧାନଙ୍କୁ ସର୍ବୋତ୍ତମ ବିଜ୍ଞାନ ପୁରସ୍କାର ସ୍ବରୂପ ଉପଢୌକନ, ଉତ୍ତରୀୟ ଓ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। 

ସେହିପରି ପଞ୍ଚାୟତ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ସ୍ନାତକ ଶ୍ରେଣୀର ଶେଷ ବର୍ଷର ଛାତ୍ର  ଶ୍ରୀମାନ ପ୍ରଭାସ ସାହୁ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି  ଉତ୍ତୀର୍ଣ୍ଣ ହୋଇ ଥିବାରୁ ତାଙ୍କୁ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।   ପଞ୍ଚାୟତ ମହାବିଦ୍ୟାଳୟ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଓଡିଶା ରସାୟନ ସଂସଦ ତରଫରୁ ପଞ୍ଚାୟତ ମହାବିଦ୍ୟାଳୟକୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ଏବଂ ପ୍ରଫେସର ଡକ୍ଟର ସ୍ମୃତି ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । 

ଏହି ସମ୍ମିଳନୀରେ ରସାୟନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ । ବିଭାଗମୁଖ୍ୟ ସିପୁନ୍ ସେଠୀ, ଲଳିତା ଧାରୁଆ, ମାନସ ରଞ୍ଜନ ଭୋଇ, ଆକାଶ କୁମାର ଭୋଇ, ଶଶିଭୂଷଣ ସେଠ୍, ସମୀର ସେଠ୍, ସୁଶାନ୍ତ କୁମାର ପଧାନ, ତ୍ରିନାଥ ତ୍ରିପାଠୀ, ଚନ୍ଦ୍ରଭାନୁ ସାହୁ,ବେଦ ପ୍ରକାଶ ମେହେର ,ନୃପରାଜ ପଟେଲ ଏବଂ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରିଶେଷରେ  ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ ପ୍ରଫେସର ଡକ୍ଟର ସୁଶାନ୍ତ କୁମାର ପଧାନ । ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି ସମ୍ମିଳନୀ ସମାପନ ହୋଇଥିଲା ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post