ବିଦ୍ୟୁତ ତାର ନେଲା ୩ ହାତୀଙ୍କ ଜୀବନ...

ବିଦ୍ୟୁତ ତାର ନେଲା ୩ ହାତୀଙ୍କ ଜୀବନ...


ସମ୍ବଲପୁର,୧୮/୧୧ : ବିଦ୍ୟୁତ୍ ତାର ନେଲା ୩ ହାତୀଙ୍କ ଜୀବନ। ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ତାରରେ ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଛି। ନାକଟିଦେଉଳ ରେଞ୍ଜ ବୁରୋମାଲ ଜଙ୍ଗଲରୁ ହାତୀଙ୍କ ମୃତଦେହ ଉଦ୍ଧାର  କରିଛି ବନ ବିଭାଗ । ମୃତ ହାତୀଙ୍କ ମଧ୍ୟରେ ଦୁଇଟି ବଡ଼ ହାତୀ ଥିବାବେଳେ ଗୋଟିଏ ଛୋଟ ହାତୀ ରହିଛି।

          Ad..


ସେପଟେ ଏହି ଘଟଣାକୁ ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ରେଢ଼ାଖୋଲରେ ୩ଟି ହାତୀର ଏକା ସଙ୍ଗେ ମୃତ୍ୟୁ ହେବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ତାରରେ ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଛି । ଏଥିରେ ସେଠାରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ୱାଡ ବନ କର୍ମଚାରୀଙ୍କ ତ୍ରୁଟି ରହିଛି । ନିଶ୍ଚୟ ସେମାନଙ୍କର ଅବହେଳା ହୋଇଛି । JTF ଟିମ, DCF ଓ ପୁଲିସକୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୋଷୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

RCCF ଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ରେଢ଼ାଖୋଲରେ ଏହା ତୃତୀୟ ଘଟଣା । ଯେଉଁ ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ । ଶିକାରୀଙ୍କ ପ୍ରାଦୁର୍ଭାବ ରୋକିବାକୁ ବିଦ୍ୟୁତ୍ ବିଭାଗ ସହ ବୈଠକ କରି ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ପୁଣିଥରେ DFO ମାନଙ୍କୁ ନୂଆ SOP ଜାରି ହେବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।




Edited by k.s thakur...


Post a Comment

Previous Post Next Post