ସୋଢା ରେ ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା ଘଟଣା : ପଦ୍ମପୁର ବିଧାୟିକା ବର୍ଷା ସହ ବରିଷ୍ଠ ନାରୀନେତ୍ରୀ ପହଞ୍ଚିଲେ ପୀଡ଼ିତା ପରିବାର ଘରକୁ...

ସୋଢା ରେ ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା ଘଟଣା : ପଦ୍ମପୁର ବିଧାୟିକା ବର୍ଷା ସହ ବରିଷ୍ଠ ନାରୀନେତ୍ରୀ ପହଞ୍ଚିଲେ ପୀଡ଼ିତା ପରିବାର ଘରକୁ...


ପଦ୍ମପୁର,୧୭/୧୧ :- ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ସୋଢ଼ା ଗ୍ରାମର ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା ଘଟଣା ପ୍ରଘଟ ହେବା ପରେ ରବିବାର ପୀଡ଼ିତା ପରିବାର ଘରକୁ ପହଞ୍ଚିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସମେତ ବିଜେଡ଼ି ର ବରିଷ୍ଠ ନାରୀନେତ୍ରୀ ଗଣ। 

Ad..


ମୃତ ନାବାଳିକା ର ମାତା,ପିତା ତଥା ପରିବାର ଲୋକଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇବା ସହ ଘଟଣା ବିଷୟରେ ତାଙ୍କ ସହ ଆଲୋଚନା କରିଛନ୍ତି । ବିଧାୟିକା ବର୍ଷା ସିଂ ବରିହା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ଘଟଣା ଆମ ଅଞ୍ଚଳକୁ କଳଙ୍କିତ କରିଛି , ଆମେ ଆସନ୍ତା ସୋମବାର ବରଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଦୋଷୀକୁ କିଭିଲି ଉଚିତ୍ ଦଣ୍ଡ ଦେଲେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବ ସେ ନେଇ ଆଲୋଚନା କରିବୁ ବୋଲି କହିବା ସହ ବର୍ତ୍ତମାନ ରାଜନୀତି ଛାଡ଼ି ଆମେ ସମସ୍ତେ ଏକ ହୋଇ ଏହି ପରିବାର କିଭଳି ନ୍ୟାୟ ପାଇବ ସେଥି ପାଇଁ କାମ କରିବା ଉଚିତ୍ ବୋଲି ମତ ଦେଇଥିଲେ। 

ପୂର୍ବତନ ମନ୍ତ୍ରୀ ରିତା ସାହୁ କହିଛନ୍ତି ଯେ ଆମେ ଆମ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏଠାକୁ ଆସିଛୁ ଏବଂ   ଗୋଟେ ଛୋଟ ଝିଅ କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତକୁ କିଭଳି ଉଚିତ୍ ଦଣ୍ଡ ମିଳିପାରିବ ସେଥି ପାଇଁ ଆମେ ସମସ୍ତେ ଚେଷ୍ଟା କରିବୁ ବୋଲି କହିଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ କହିଥିଲେ ଯେ  ପୀଡ଼ିତାଙ୍କ ପରିବାର କୁ କିଭିଲୀ ଉଚିତ୍ ନ୍ୟାୟ ମିଳିବ ସେଥି ପାଇ ପ୍ରାଣପଣେ ଚେଷ୍ଟା କରିବୁ । ଏହି ଭଳି ଏକ କାଣ୍ଡ ଘଟାଇ ଥିବା ଅଭିଯୁକ୍ତ ପ୍ରଶାନ୍ତ ବରିହା କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଆସିଥିବା ସମସ୍ତ ନେତ୍ରୀ ଙ୍କ ସହ ସମସ୍ତ ସୋଢା ଗ୍ରାମବାସୀ ଦାବି କରିଛନ୍ତି । 

ଏହି ଘଟଣା ଟି ପଦ୍ମପୁର ଅଞ୍ଚଳ ସହିତ ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପଦ୍ମପୁର ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଙ୍କ ସହିତ ଅଞ୍ଚଳର ସମସ୍ତ ଜନସାଧାରଣ ଏହି ମାମଲା ର ତୁରନ୍ତ ବିଚାର କରି ଦୋଷୀକୁ  ମୃତ୍ୟୁ ଦଣ୍ଡ ଦାବି କରିଛନ୍ତି । 

ଏଠାରେ ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ପ୍ରଶାନ୍ତ ବରିହା ଅନେକ ଅପରାଧରେ ଜଡିତ ଥିବା ଆଖପାଖ ଗ୍ରାମାଞ୍ଚଳର ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଏଣୁ ନିଜେ ପଦ୍ମପୁର ବିଧାୟିକା  ଉକ୍ତ ଘଟଣାର ବିଚାର ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରି ଏହାର ବିଚାର ତୁରନ୍ତ କରିବାକୁ ଦାବି କରିଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post