ଗନ୍ଧମାର୍ଦନ ପର୍ବତ ର ସୁରକ୍ଷା ଓ ଜୈବ ବିବିଧତା ବଜାୟ ରଖିବାକୁ ଦାବୀ କଲା ଆମ୍ ଆଦମୀ ପାର୍ଟି...

ଗନ୍ଧମାର୍ଦନ ପର୍ବତ ର ସୁରକ୍ଷା ଓ ଜୈବ ବିବିଧତା ବଜାୟ ରଖିବାକୁ ଦାବୀ କଲା ଆମ୍ ଆଦମୀ ପାର୍ଟି...


ବରଗଡ଼,୧୮/୧୧  :ଗନ୍ଧମାର୍ଦନ ପର୍ବତ କୁ ସରକାର ଅଦାନୀ କମ୍ପାନୀ ହାତ ରେ ଟେକି ଦେବା ଭୟ ରେ ଏହାର ସ୍ୱାୟତ୍ତ ଓ ସୁରକ୍ଷା ଦାବୀରେ ସୋମବାର ଆମ୍ ଆଦମୀ ପାର୍ଟି ବରଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରି ଏକ ଦାବୀ କରି ଜିଲ୍ଲାପାଳ ବରଗଡ଼ଙ୍କୁ ଦେଇଛି। ପଶ୍ଚିମ ଓଡିଶା ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗନ୍ଧମାର୍ଦନ ପର୍ବତ, ଜୈବ ବିଭିଦତା ରେ ଭରପୁର ଏହି ଅଂଚଳ ଉପରେ ଅଦାନୀ କମ୍ପାନୀ ନଜର ପଡିଛି। 

       Ad..


ଗନ୍ଧମାର୍ଦନ ର ପାଦ ଦେଶରେ କମ୍ପାନୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭରୁଆମୁଣ୍ଡାରେ ୧୮ ଏକର ୩୯ ଡେସିମିଲ ରୟତି ଜମି କିଣି ଥିବା ମିଡ଼ିଆ ରୁ ଜଣା ପଡିବା ପରେ ଚର୍ଚ୍ଚା ଜୋର ଧରିଛି। ଗନ୍ଧମାର୍ଦନର ଗର୍ଭ ରେ ବହୁ  ମୂଲ୍ୟବାନ ରତ୍ନ ସମ୍ପଦ ଭରି ରହି ଥିବାରୁ ଅଦାନୀ କମ୍ପାନୀ ଏହି ସବୁକୁ ଲୁଟିବା ପାଇଁ ଯୋଜନା କରୁଥିବା ସନ୍ଦେହ କରି ଆମ୍ ଆଦମୀ ପାର୍ଟି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛି । 

ଗନ୍ଧମାର୍ଦନ ଉପରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହୁଥିଲେ କିନ୍ତୁ ଭରୁଆମୁଣ୍ଡା ରେ କାହିଁକି ଓ କାହା ସ୍ୱାର୍ଥ ରେ ଅଦାନୀ ଜମି କିଣିଛି ତାହାର ଜବାବ ବିଜେପି ସରକାର ଦିଅନ୍ତୁ ବୋଲି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ ପ୍ରଶ୍ନ କରିଛନ୍ତି। ଏହି ପରି ଜନବିରୋଧୀ କାର୍ଯ୍ୟ ରୁ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି। 

ଗନ୍ଧମାର୍ଦନ ଅଂଚଳର ସ୍ୱାୟତ୍ତ ଓ ଜୈବ ବିବିଧତାର ସୁରକ୍ଷା ଦାବୀ କରିଛି ଆପ୍। ସକ୍ରିୟ ସଦସ୍ୟ ଯଦୁମଣି ପ୍ରଧାନ, ମରୀୟମ ବାର୍ଲା, ନରୋତ୍ତମ ପଣ୍ଡା ଜିଲ୍ଲାପାଳ ଙ୍କୁ ଭେଟି ଏହି ଦାବୀ ପତ୍ର ଦେଇଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post