ଶିଶୁ ହତ୍ୟାକାଣ୍ଡ ଘଟଣା ରେ ତ୍ବରିତ ନ୍ୟାୟ ଓ କ୍ଷତି ପୂରଣ ଦାବିରେ ଦେଲି ଓ ଦାବିପତ୍ର ପ୍ରଦାନ...

ଶିଶୁ ହତ୍ୟାକାଣ୍ଡ ଘଟଣା ରେ ତ୍ବରିତ ନ୍ୟାୟ ଓ କ୍ଷତି ପୂରଣ ଦାବିରେ ଦେଲି ଓ ଦାବିପତ୍ର ପ୍ରଦାନ...


(ବ୍ୟାପକ ନିଶା ଯୋଗୁଁ ବଢ଼ିବାରେ ଲାଗୁଛି ଅସାମାଜିକ କାର୍ଯ୍ୟକଳାପ)

ବରଗଡ଼,୨୬/୧୧ : ଗତ ନଭେମ୍ବ୧୫ ତାରିଖ ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଳ ଥାନା ଟେମରୀ  ପଠାରି ଡୁଙ୍ଗୁରି ଅଞ୍ଚଳ ର ନାବାଳିକା ଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଦୋଷୀ କୁ ଫାଶୀ ଦଣ୍ଡ ଦିଆଯାଉ ଯଦ୍ୱାରା ଅଞ୍ଚଳ ରେ କେହି ଏପରି ବର୍ବର କାଣ୍ଡ ଘଟାଇ ବା ପାଇଁ ସାହସ ଜୁଟାଇ ପାରିବେ ନାହିଁ  ବୋଲି ଲୋକେ ଦାବି କରିଛନ୍ତି ଏହା ସହ ଅଂଚଳ ରେ ବ୍ଯାପକ ମାତ୍ରାରେ ନିଶା କାରବାର ବୃଦ୍ଧି ହୋଇଥିବା ରୁ ଏଭଲି ଅମାନସିକ କାର୍ଯ୍ୟକଳାପ ବଢ଼ିବାର ଲାଗୁଛି ବୋଲି ଆନ୍ଦୋଳନ ହୋଇଛି। 

         Ad..


ଆଜି ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରୁ ଶହ ଶହ ସଂଖ୍ୟାରେ ସ୍ଥାନୀୟ ମହିଳା, ପୁରୁଷ, ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ପଦ୍ମପୁର ର ବିଭିର୍ଣ୍ଣ ସଂଗଠନ ଓ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା ରେଲି କରି ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଜିବା ସହ ଘଟଣା ରେ ସମ୍ପୃକ୍ତ ଦୋଷୀ କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରାଯାଇ ପିଡିତା ପରିବାର କୁ କ୍ଷତି ପୂରଣ, ସ୍ଥାନୀୟ ଅଂଚଳରେ ନିଶା କାରବାର ସଂପୂର୍ଣ୍ଣ ବନ୍ଦ ହେଉବୋଲି ଉପ-ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଜଣାଇଥିଲେ। 

ତେବେ ନ୍ୟାୟଚିତ ତଦନ୍ତ ଚାଲିଛି ଫୋରନସିକ ଏବଂ ବ୍ୟବଛେଦ୍ୟ ରିପୋର୍ଟ ଆଧାର ରେ ଆଇନ ଅନୁଯାୟୀ ଯଥୋଚିତ ନ୍ୟାୟ ଦିଆଯିବ ବୋଲି ଉପ-ଜିଲ୍ଲାପାଳ ସ୍ନେହା ଅରୁଗୁଲା କହିଛନ୍ତି। ସ୍ଥାନୀୟ ସରପଞ୍ଚ ଦିଲ୍ଲୀ ପ ବେହେରା ଙ୍କ ଉଦ୍ୟମ ଓ ଅଂଚଳବାସୀ ଙ୍କ ସହଯୋଗ ରେ ଆନ୍ଦୋଳନ ର ରୂପରେଖ ଦିଆଯାଇଛି। ଏଥିରେ କୈାଣସି ପ୍ରତିକାର ନ ହେଲେ ଆଗାମୀ ଦିନରେ ବଡ ଧରଣର ଜନଆନ୍ଦୋଳନ ହେବାର ଚେତାବନୀ ଦେଇଛନ୍ତି ସ୍ଥାନୀୟ ଅଂଚଳର ଗ୍ରାମବାସୀ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post