ଜର୍ଜ ହାଇସ୍କୁଲ ପଡ଼ିଆ ପ୍ଲାଷ୍ଟିକ ମୁକ୍ତ କେବେ ?

ଜର୍ଜ ହାଇସ୍କୁଲ ପଡ଼ିଆ ପ୍ଲାଷ୍ଟିକ ମୁକ୍ତ କେବେ ?


ବରଗଡ଼,୧୧/୧୧ : ବରଗଡ଼ର ସର୍ବପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ୧୯୭୫ ମେଟ୍ରିକ୍ ବେଚର ପୁରାତନ ଛାତ୍ର ପ୍ରତିନିଧି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶଙ୍କ ସହିତ ସାକ୍ଷାତ କରି ଆସନ୍ତା ୨୦୨୫ ଜାନୁଆରୀ ମାସ ୦୫ ତାରିଖ ରବିବାର ଦିନ ଏହି ବେଚର ସୁବର୍ଣ୍ଣ ଜୟନ୍ତୀ ତଥା ପାରିବାରିକ ବନ୍ଧୁମିଳନ ପାଳନ କରାଯିବା ସମ୍ବନ୍ଧରେ ଆଲୋଚନା କରିଥିଲେ । 

        Ad..


ଏହା ସହିତ ଜର୍ଜ ହାଇସ୍କୁଲ ପଡିଆର ବିଭିନ୍ନ ସମସ୍ୟା ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା। ପଡିଆକୁ ସରକାରୀ ଓ ବେସରକାରୀ ଭାବରେ ଅତିକ୍ରମଣ ହେଉଥିବା, ଅଳିଆ ଆବର୍ଜ୍ଜନା, ପ୍ଲାଷ୍ଟିକ ତଥା ମଦବୋତଲ ଦ୍ଵାରା ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଦୃଷ୍ଟିରୁ ପ୍ରତିନିଧିମଣ୍ଡଳୀ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଏହାକୁ ପ୍ଲାଷ୍ଟିକ ମୁକ୍ତ କରି ସଫାସୁତୁରା ରଖିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

ଏହି ପ୍ରତିନିଧିମଣ୍ଡଳୀରେ ସର୍ବଶ୍ରୀ ସତ୍ୟନାରାୟଣ ପଣ୍ଡା,ଅଭୟ କୁମାର ଭୋଇ, କୃଷ୍ଣ ଚନ୍ଦ୍ର ପଣ୍ଡା ଓ ତୁଳସୀ ଚରଣ ଦାଶ ଯୋଗଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post