ବକବାହାଲ ବିଦ୍ୟାଳୟରେ ତିଥି ଭୋଜନର ଶୁଭାରମ୍ଭ...
କଣ୍ଟାବାଞ୍ଜି,୧୧/୧୧ : ତୁରେକେଲା ବ୍ଳକ ଅନ୍ତର୍ଗତ ବଗବାହାଲ ପ୍ରାଥମିକ ବିଦ୍ୟାଳୟରେ କାର୍ତ୍ତିକମାସ ଶୁକ୍ଳ ପକ୍ଷ ଦଶମୀ ଶେଷ ସୋମବାର ଦିନ ତିଥି ଭୋଜନର ଶୁଭାରମ୍ଭ ହୋଇଥିଲା। ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁନି ସାହୁ ଛାତ୍ରଛାତ୍ରୀ ମାନଙ୍କୁ ତିଥି ଭୋଜନ ଦେବା ପାଇଁ ଆୟୋଜନ କରିଥିଲେ।
Ad..
ସର୍ବ ପ୍ରଥମେ ଅଁଳା ବୃକ୍ଷ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା।ତାପରେ ଛାତ୍ରଛାତ୍ରୀ ମାନଙ୍କୁ ଅରୁଆ ଭାତ,ଡାଲମା, ତରକାରୀ, ଖିରି,ପୁରୀ,ବୁନ୍ଦି ଆଦି ପରସା ଯାଇଥିଲା।ଅତିଥି ମାନଙ୍କ ଉପସ୍ଥିତିରେ ଭୋଜନ ମନ୍ତ୍ର ପାଠ ପରେ ଛାତ୍ରଛାତ୍ରୀ ମାନେ ଖାଇଥିଲେ।
ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ସରପଞ୍ଚ ଜଳନ୍ଧର ମହାକୁଡ,ଅବସରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ସେଲମା, ଶଶୀଧର ନିଆଲ,ବୃନ୍ଦାବନ ନାଗ,ଥମିର ଛତ୍ରିଆ, ଶିକ୍ଷକ ବିରଞ୍ଚି ନାରାୟଣ ବାରିକ,ସନ୍ଦୀପ କୁମାର ପାତ୍ର, ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ମୋହନ ବରିହା, ଦିବାନୀ ରଣା ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ତୁରେକେଲା କ୍ଳଷ୍ଟରର ଅନ୍ୟ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଆଗାମୀ ଦିନରେ ବଦାନ୍ୟ ବ୍ୟକ୍ତି ମାନେ ତିଥି ଭୋଜନ ଦେବାକୁ ଶ୍ରୀ ଦାଶ ଅନୁରୋଧ କରିଥିଲେ।
Edited by k.s thakur...


