୪୦ ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ...

୪୦ ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ...


ପଦ୍ମପୁର,୧୧/୧୧ : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦଯାପିତ ହୋଇଯାଇଛି। ଆଜି ପ୍ରାତଃ ପର୍ଯ୍ୟାୟରେ ଶ୍ରୀଯୁକ୍ତ  ରମେଶ ଗୁର୍ଲା ଓ ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଆଜିର କ୍ରୀଡ଼ାକୁ ଆରମ୍ଭ କରିଥିଲେ। 

         Ad..


ଉଦ୍‌ଯାପନୀ ଉତ୍ସବରେ ପାଇକମାଳ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ  ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରି ଶିଶୁମାନେ ନିଜକୁ ଖେଳାଳୀ ମନୋଭାବ ରଖି ବିଶ୍ବ ସ୍ତରରେ ନାମ ରଖିବାର ପ୍ରୟାସ ଜାରି ରଖିବା ପାଇଁ ମାର୍ଗଦର୍ଶନ କରିଥିଲେ। 

ଶେଷରେ ଧ୍ଵଜା ଅବରୋହଣ କରି କାର୍ଯ୍ୟକ୍ରମକୁ ସମାପନ ଘୋଷଣା କରିଥିଲେ। ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ,ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର,ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ, ବରଗଡ଼ ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ରୋହିତ କୁମାର ମେହେର, ସମାଜସେବୀ ନିରୋଜ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ। 

ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କ  ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।ଉକ୍ତ କ୍ରୀଡ଼ା ସମାରୋହରେ ୮୪ ଟି ପ୍ରତିଯୋଗିତାରେ ୨୫୨ ଜଣ ପୁରସ୍କୃତ ହୋଇଥିବା ବେଳେ ଅଭିଭାବକ ଅଭିଭାବିକାମାନେ ଓ ଶ୍ରେଷ୍ଠ ଖେଳାଳୀ ଭାବରେ ଖୋଳାଣା ମଞ୍ଜରୀ ସାହା ପୁରସ୍କୃତ ହୋଇଥିଲେ। ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।




Report : Bijay ku sahu

Edited by k.s thakur...



Post a Comment

Previous Post Next Post