ଜାତି ଭିତ୍ତିକ ଜନଗଣନା ଦାବୀ କଲା ଓବିସି ସୁରକ୍ଷା ମଞ୍ଚ...
ବରଗଡ଼,୧୧/୧୧ : ଅନ୍ୟାନ ପଛୁଆ ବର୍ଗ (ଓବିସି) ମାନଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ସାଧାରଣ ସଭା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ ପକ୍ଷରୁ ରବିବାର ବରଗଡ଼ ଗୋବିନ୍ଦପାଲି ପଲ୍ଲଵ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।
Ad..
ଏଥିରେ ସ୍ୱାମୀ ସୋମେଶ ଉପସ୍ଥିତ ରହି ଯୁବକ ମାନଙ୍କୁ ଏକତ୍ରିତ ହେବା ପାଇଁ ଆହ୍ୱାନ କରି ଥିଲେ ସେହିପରି ମୁଖ୍ୟବକ୍ତା ଅଶ୍ୱିନୀ କୁମାର ସାହୁ ଓବିସି ମାନେ କିପରି ସବୁ କ୍ଷେତ୍ରରେ ଉପେକ୍ଷିତ ହେଉଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ। ଜାତି ଭିତ୍ତିକ ଜନଗଣନା ଉପରେ ଗୁରୁତ୍ୱାରୋପ କରି ଏହା ଆବଶ୍ୟକ ବୋଲି ଶ୍ରୀ ସାହୁ କହିଥିଲେ।
ସ୍ଥାନୀୟ ନିଯୁକ୍ତି କୁ ଆଉଟ ସୋରସିଙ୍ଗ ଵା ଠିକା ସଂସ୍ଥା ଜରିଆ ସରକାର ଦେଇ ଦଉଥିବାରୁ ଏହା ଦ୍ୱାରା ସୁଯୋଗ ସଂକୁଚିତ ହେଉଥିବା ଶ୍ରୀ ସାହୁ କହି ଥିଲେ। ଏହି ବୈଠକ ରେ ବ୍ଲକ ସ୍ତରୀୟ ସଭା ଓ କମିଟି ଗଠନ ଉପରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ଏହି ବୈଠକ ରେ ଜିଲ୍ଲା ସ୍ତରୀୟ ଓବିସି ଯୁବ ସଂଗଠନ ଘୋଷଣା କରଯାଇ ଥିଲା ଯେଉଁ ଥିରେ ଦଶ ଜଣ ସଦସ୍ୟ ଥିବା ବେଳେ ସରୋଜ ନାଏକ ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ଖେଦାପାଲି ଓ ବାରଗାଡ ଗାଁ ରେ ଓବିସି ଲୋକଙ୍କ ଉପରେ ହେଉଥିବା ଜମି ମାଫିଆଙ୍କ ଦୌରାତ୍ମ୍ୟ କୁ ନିନ୍ଦା କରାଯାଇଥିଲା ଓ ଆସନ୍ତା ମଙ୍ଗଳବାର ଦିନ ଏହାର ପ୍ରତିବାଦ ରେ ଜିଲ୍ଲାପାଙ୍କୁ ଓବିସି ସୁରକ୍ଷା ମଞ୍ଚ ପକ୍ଷରୁ ଦାବୀ ପତ୍ର ଦିଆଯିବ।
ଏହି ବୈଠକରେ ଶଢାନନ ଭୋଇ ସଭାପତିତ୍ବ କରି ଥିବା ବେଳେ ପଦ୍ମଲୋଚନ ସାହୁ, ବୈଷ୍ଣବ ଚରଣ ତ୍ୟାଗୀ, ସୁମନ୍ତ ବାରିକ, ବୃଷଭାନୁ ସାହୁ, ଶ୍ରୀପତି ଭୋଇ, କିଶୋର ସାହୁ, ସୁଶାନ୍ତ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।
Report : Bijay ku sahu
Edited by k.s thakur...


