ସଙ୍କୀର୍ତ୍ତନ ରେ ଅଶ୍ଳିଳ ଓ ଦୁଇ ଅର୍ଥ ବୋଧକ ସଙ୍ଗୀତ ପରିବେଷଣ ବନ୍ଦ ପାଇଁ ଜନ ସଚେତନ କାର୍ଯ୍ୟକ୍ରମ...

ସଙ୍କୀର୍ତ୍ତନ ରେ ଅଶ୍ଳିଳ ଓ ଦୁଇ ଅର୍ଥ ବୋଧକ ସଙ୍ଗୀତ ପରିବେଷଣ ବନ୍ଦ ପାଇଁ ଜନ ସଚେତନ କାର୍ଯ୍ୟକ୍ରମ...


ବରଗଡ଼,୧୦/୧୧ : ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ସଂପ୍ରତି ଭାବ ଭକ୍ତି ର ସଙ୍କୀର୍ତ୍ତନ ରେ ଅଶ୍ଲୀଳ ଓ ଦୁଇ ଅର୍ଥ ବୋଧକ ସଙ୍ଗୀତ ପରିବେଷଣ କୁ ବିରୋଧ କରାଯାଇ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସଂସ୍କୃତି ସଚିବ ଓ ସଂସ୍କୃତି ମନ୍ତ୍ରୀ ଙ୍କ ଦ୍ବାରସ୍ଥ ହୋଇ ସାରିଛି। 

           Ad..


ତେବେ କିଛି ଦିନ ତଳେ ଯାତ୍ରା ମଞ୍ଚ ରେ ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ସରକାର ପଦକ୍ଷେପ ନେବାକୁ ଯାଉଥିବା ସୂଚନା ମିଳିଥିବା ବେଳେ ଭାବ ଭକ୍ତି ଓ ସଂସ୍କୃତି ର ପରିଚୟ ସଙ୍କୀର୍ତ୍ତନ ରେ ମଧ୍ୟ ଖୁବ୍ ଶୀଘ୍ର ରାଜ୍ୟ ସରକାର ଅଶ୍ଲୀଳ ଓ ଦୁଇ ଅର୍ଥ ବୋଧକ  ସଙ୍ଗୀତ ପରିବେଷଣ ଉପରେ କଟକଣା ଲଗାଇବେ ବୋଲି ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆଶାବାଦି ରହିଛି ।

ଜନ ସଚେତନତା ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ଙ୍କ ନେତୃତ୍ବ ରେ ପରିଷଦ ଜିଲ୍ଲା ର ବିଭିନ୍ନ ବ୍ଲକ ର ଗାଁ ମାନଙ୍କୁ ଯାଇ ଅଶ୍ଲୀଳ ସଙ୍କୀର୍ତ୍ତନ ବନ୍ଦ ପାଇଁ ଜନ ସଚେତନତା ସୃଷ୍ଟି ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ।ଏହି  ପରିପ୍ରେକ୍ଷୀରେ ପରିଷଦ ର ବରିଷ୍ଟ ସଦସ୍ୟ ସୁଶିଲ ଠାକୁର,ରାମ ସାହୁ,ଭରତ ପ୍ରଧାନ ସଉମିତ୍ୟ ଦାଶ ପ୍ରମୁଖ  ରବିବାର ଭଟଲି ବ୍ଲକ ଅନ୍ତର୍ଗତ ସାନ ଅମ୍ଳି ପାଲି ଗ୍ରାମ ରେ ସ୍ଥାନୀୟ ସଙ୍କୀର୍ତ୍ତନ ପରିଷଦ ର ସଭାପତି ସୁବାସ ଦାଶ ,ସଦାନନ୍ଦ ଦାଶ,ଗୋପାଳ ବାରିକ ଙ୍କ ଉପସ୍ଥିତି ରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। 

ଏହି କାର୍ଯ୍ୟକ୍ରମ ରେ ପରିଷଦ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ସଙ୍କୀର୍ତ୍ତନ ସଂସ୍କୃତି କୁ ସୁରକ୍ଷା କରିବା ସହିତ ସଙ୍କୀର୍ତ୍ତନ ରେ ଅଶ୍ଲୀଳ ଓ ଦୁଇ ଅର୍ଥ ବୋଧକ ସଙ୍ଗୀତ ପରିବେଷଣ କୁ ସଙ୍କୀର୍ତ୍ତନ ପ୍ରେମୀ ବିରୋଧ କରିବା ପାଇଁ ଆହ୍ବାନ ଦେଇଥିବା ବେଳେ ଏହି ଅବସର ରେ ରାମ ବରିହା ,ସମାରୁ ବରିହା,ମୋହତ ଲାଲ ବରିହା ,ପ୍ରମୋଦ ବରିହା, ସୁରଲି ବରିହା,ଲେକୃ ବରିହା, ଗୁରୁଦେବ ବରିହା କରୁଣାକର ବାରିକ ,ଅନ୍ତର୍ଯ୍ୟାମୀ ଛତର ,ଜଳନ୍ଧର ବରିହା ସାମ୍ଲାଲ୍ ବାରିକ,ସଦାନନ୍ଦ ବାରିକ  ଗଣେଶ ବାରିକ ପ୍ରମୁଖ ସ୍ଥାନୀୟ ସଙ୍କୀର୍ତ୍ତନ ପରିଷଦ ର ସଦସ୍ୟ ଙ୍କ ସମେତ ଉକ୍ତ ଗ୍ରାମ ର ଶତାଧିକ ସଙ୍କୀର୍ତ୍ତନ ପ୍ରେମୀ ସଙ୍କୀର୍ତ୍ତନ ରେ ଅଶ୍ଲୀଳ ଓ ଦୁଇ ଅର୍ଥ ବୋଧକ ସଙ୍ଗୀତ କୁ ବିରୋଧ କରିବା ପାଇଁ ସଂକଳ୍ପ ନେବା ସହିତ ଏଭଳି ସଙ୍କୀର୍ତ୍ତନ ପରିବେଷଣ କରିଥିବା ସଙ୍କୀର୍ତ୍ତନ ଦଳ କୁ ନାମ ଯଜ୍ଞ ରେ ଯୋଗ ଦେବା ପାଇଁ ଡକା ଯିବନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post