କାର୍ଯ୍ୟକାରୀ ସ୍କାର୍ଡର ମିଳିତ ଚଢାଉ: ତମାଖୁ ଉତ୍ପାଦ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରୀ କରୁଥିବା ବ୍ୟବସାୟୀଙ୍କ ଠାରୁ ଆଦୟ କଲେ ଜୋରିମାନା...
ବରଗଡ଼,୧୪/୧୧ : ଆଜି ଅତାବିରା ବ୍ଲକ ଗୋଡଭଗା, ଲହଣ୍ଡା ଏବଂ ସରଣ୍ଡା ଅଞ୍ଚଳରେ ବରଗଡ ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA ନିୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୧୯ ଜଣ ନିୟମ ଖିଲାପକାରୀଙ୍କ ଠାରୁ ସମୁଦାୟ ଜୋରିମାନା ଟ.୪,୯୫୦/ - ସଂଗ୍ରହ କରାଯାଇ ଜନସାଧରଣଙ୍କୁ ସଚେତନ କରାଗଲା ।
Ad..
ଉକ୍ତ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ୱର ନାଏକ,ଜିଲ୍ଲା ପରମର୍ଶଦାତା ଶ୍ରୀ ସିତେଶ ତ୍ରୀପାଠୀ, ଅବକାରୀ ବିଭାଗରୁ ଏସ.ଆଇ ଆରତୀ ମିନ୍ଜ ଓ ଏଲ. ଆଇ ସାଗରିକା ବଗାର, ପୋଲିସ ବିଭାଗରୁ ଏସ.ଆଇ.ପ୍ରଭାତ ସାହୁ, ଏ. ଏସ. ଆଇ. ବାଇଧର ସାହୁ ଓ ଅନ୍ୟାନ୍ୟ ପୋଲିସ କର୍ମକର୍ତ୍ତା ଉପସ୍ଥିତଥିଲେ।
Report : Bijay ku sahu
Edited by k.s thakur...


