ନିଗମାନନ୍ଦ ବିହାର ରେ ଅଏଁଲାତଳ ଅନୁଷ୍ଟିତ...

ନିଗମାନନ୍ଦ ବିହାର ରେ ଅଏଁଲାତଳ ଅନୁଷ୍ଟିତ...


(ଧର୍ମ ଜାଗରୁକ ସମ୍ମାନ ରେ ସନ୍ତୋଷ ପଣ୍ଡା ସମ୍ବର୍ଦ୍ଧିତ)

ବରଗଡ଼,୧୪/୧୧ : ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନ ୧ ନିଗମାନନ୍ଦ ବିହାର ଠାରେ ଅଏଲା ତଳ ଅନୁଷ୍ଟିତ ହୋଇ ଯାଇଛି ।ପଣ୍ଡିତ ଉତ୍ତମ ଆଚାର୍ଯ୍ୟ ଙ୍କ ପୌରୋହିତ୍ୟ ରେ ଅନୁଷ୍ଟିତ ଅଏଁଲାତଳ ପୁଜନୋତ୍ସଵ ରେ ଉନ୍ନୟନ କମିଟି ର ସଭାପତି ସଦାଶିବ ସାହୁ ସପରିବାର ପଡ଼ା ବାସୀ ଙ୍କ ତରଫରୁ କର୍ତ୍ତା ଦାୟିତ୍ବ ବହନ କରି ଥିବା ବେଳେ ପଡ଼ା ର ସମସ୍ତ ମାଁ ମାନେ ପୂଜା ରେ ସାମିଲ ହୋଇ ଥିଲେ।

Ad..


ଏହି ଅବସର ରେ ସ୍ଥାନୀୟ ସଙ୍କୀର୍ତ୍ତନ ପରିଷଦ ତରଫରୁ ବରିଷ୍ଟ ସଦସ୍ୟ ସନ୍ତୋଷ ପଣ୍ଡା ଙ୍କୁ ପଡ଼ା ରେ  ଧର୍ମ ଜାଗରଣ ପାଇଁ ପ୍ରମୁଖ ଭୂମିକା ପାଇଁ  ଧର୍ମ ଜାଗରୁକ ସମ୍ମାନ ରେ  ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ତ୍ତିକ ମାସ ଆରମ୍ଭ ରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୀର୍ଘ୍ ଏକ ମାସ ପର୍ଯ୍ୟନ୍ତ ପଡ଼ା ରେ ଆମିଷ ବର୍ଜନ ରହିଥିବା ବେଳେ ପ୍ରତ୍ୟହ ସଙ୍କୀର୍ତ୍ତନ ପରିବେଷିତ ହେଉଥିଲା।

ଏହି ଅବସର ରେ ନିଲଜି ଗ୍ରାମ ର କୃଷ୍ଣ ଗୁରୁ ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ନିଗମାନନ୍ଦ ବିହାର ସମସ୍ତ ପଡ଼ା ବାସୀ ସାମିଲ ହୋଇ ସାମୁହିକ ପ୍ରସାଦ ସେବନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ପଡ଼ା ବାସୀ ସକ୍ରିୟ ସହଯୋଗ  କରିଥିଲେ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post