୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ର ଚତୁର୍ଥ ରଜନୀ : ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା...

୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ର ଚତୁର୍ଥ  ରଜନୀ : ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା...


ବଙ୍ଗୋମୁଣ୍ଡା,୧୪/୧୧ : ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆ ଠାରେ ଚାଲିଥିବା ୩୮ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଚତୁର୍ଥ ଦିନରେ ପହଂଚିଛି ।ମହୋତ୍ସବର ଚତୁର୍ଥ ରଜନୀରେ ପୌରାଣିକ ନାଟ୍ୟବସ୍ତୁ ଆଧାରିତ କଂସକୁ ସ୍ୱପ୍ନାଦେଶ,ଗୋପୀ ମାନଙ୍କ ଦହିବିକ୍ରି ,କଂସ ଚନ୍ତିତ ଓ ମର୍ମାହତ,ଷଣ୍ଢାସୁର ବଧ,କୁବୁଜା ଉଦ୍ଧାର,ସୁଦାମା ମାଳୀ ଉଦ୍ଧାର,ରଜକ ଉଦ୍ଧାର,କୁବଳୟା ବଧ ଆଦି ନାଟ୍ୟାଭିନୟ ରଙ୍ଗମଞ୍ଚରେ ପରିବେଷିତ ହୋଇଥିଲା।

Ad..


ଧନୁଯାତ୍ରା ମହୋତ୍ସବର ଚତୁର୍ଥ  ସନ୍ଧ୍ୟାରେ କଂସ ଦରବାରକୁ  ରାଜକୀୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ଲକ୍ଷ୍ମଣ ବାଗ,ପୂର୍ବତନ ବିଧାୟକ ଆୟୁବ ଖାନ,ହାସ୍ୟ କବି ରସରାଜ ଅଚ୍ୟୁତ ପୁରୋହିତ, ଶଲା ବୁଢା ବଦଲାର ଅଭିନେତ୍ରୀ ଚନ୍ଦନା ସିଂ ଯୋଗଦେଇଥିଲେ।

କଳା,ସଂସ୍କୃତି,ପରମ୍ପରା,ଐତିହ୍ୟର ସୁରକ୍ଷା,ସଂରକ୍ଷଣ ପାଇଁ ଧନୁଯାତ୍ରା ମହୋତ୍ସବ ମାଧ୍ୟମରେ ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବହୁ ସଂଖ୍ୟା ରେ ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

ଅପରାହ୍ନରେ ଗୋପପୁର ଗୋହିରାପଦରରେ ବିଭିନ୍ନ ନାଟ୍ୟାଭିନୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ବିଭିନ୍ନ ସାଂସ୍କୃତିକ ଦଳ ସହ ସୁସଜ୍ଜିତ ରଥରେ କୃଷ୍ଣ ବଳରାମ ଗୋପପୁର ରେ ପରିକ୍ରମା କରିଥିଲେ ।ପ୍ରତ୍ୟେକ ଘରେ ସ୍ୱାଗତ କରାଯାଇଥିଲା ।ପରେ ଗୋପପୁର (ଗୋହିରାପଦର)ରୁ ମଥୁରା ନଗରୀ (ବଙ୍ଗୋମୁଣ୍ଡା) କୁ କୃଷ୍ଣ ବଳରାମ ଙ୍କ ସହ ଅକ୍ରୃର ଙ୍କ ଆଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଗୋପପୁର ଆୟୋଜକ କମିଟୀ ର ସଭାପତି ବିନୋଦ ମେହେର ଙ୍କ ନେତୃତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ପର୍ଯ୍ୟାୟରେ  ମୁଖ୍ୟ ଅତିଥି ଭାବେ  ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ,ପୁର୍ବ ସରପଞ୍ଚ ଉପେନ୍ଦ୍ର ମେହେର,ପୂର୍ବ ସରପଞ୍ଚ ସୁଶାନ୍ତ କୁମାର ଯୋଶୀ,ହରି ମେହେର,ବିନୋଦ ମେହେର,ଦୀନବନ୍ଧୁ ମେହେର,ପିତାମ୍ବର ମେହେର,ଲୋକନାଥ ମେହେର,ତପନ ମେହେର ପ୍ରମୁଖ ଯୋଗଦେଇଥିଲେ। 

ଦିତ୍ୱୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,କିଶୋର ମେହେର,ଭୋଳାନାଥ ମେହେର ପ୍ରମୁଖ ଯୋଗଦେଇଥିଲେ ।ପରେ ବିରାଟ ପଟୁଆରରେ କୃଷ୍ଣ, ବଳରାମ ମଥୁରା କୁ ପ୍ରବେଶ କରିଥିଲେ।



Edited by k.s thakur...

Post a Comment

Previous Post Next Post