ତାଲୁକ ସହାୟତା ଓ ପରାମର୍ଶ କମିଟି ତରଫରୁ ଶିଶୁ ଦିବସ ପାଳିତ...

ତାଲୁକ ସହାୟତା ଓ ପରାମର୍ଶ କମିଟି ତରଫରୁ ଶିଶୁ ଦିବସ ପାଳିତ...


କଣ୍ଟାବାଞ୍ଜି,୧୫/୧୧ : ସାରା ଭାରତ ବର୍ଷରେ ଶିଶୁ ଦିବସ ପାଳନ ଅବସରରେ ତାଲୁକ ସ୍ତରୀୟ ସହାୟତା ଓ ପରାମର୍ଶ କମିଟି କଣ୍ଟାବାଞ୍ଜି ତରଫରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଲ ଠାରେ ଶିଶୁ ଦିବସ ପାଳନ ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା।

Ad..


ଏହି କାର୍ଯ୍ୟକ୍ରମରେ ତାଲୁକ କମିଟିର ଚେୟାରମ୍ୟାନ ରାଜେଶ କୁମାର ନାୟର,ସବ ଜଜ ପାରିତୋଷ ସେଠୀ, ଜେଏମଏଫସି,ଜଜ ରାହୁଲ କୁମାର ଜେନା ଯୋଗ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆଙ୍କ ତତ୍ତ୍ୱାବଧାନରେ ଉପସ୍ଥିତ ଅତିଥି ବୃନ୍ଦ ପୋସକୋ ଏକ୍ଟ,ଦାଦନ ସମସ୍ୟା, ଏଫଆଇଆର,ସମାନତା ଅଧିକାର ଓ ଶିକ୍ଷା ଅଧିକାର ଉପରେ ଆଲୋଚନା କରିଥିଲେ।

ତାପରେ କୁଇଜ ଓ ରଚନା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶିକ୍ଷକ ରାଜେନ୍ଦ୍ର ଦୋରା ସ୍ୱ।ଗତ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଶାନ୍ତ ବିଶ୍ୱ।ଳ ସଭା ପରିଚାଳନା କରିଥିଲେ। ଏହି ଶିବିରକୁ ସଫଳ କରିବାରେ ବିଦ୍ୟାଳୟର ଜଗନ୍ନାଥ ପ୍ରଧାନ, ରିନି ସାହୁ,ଶମ୍ଭୁ ପ୍ରସାଦ ବିଶି,ଲତାମଣି ସ୍ୱ।ଇଁ,ଗୀତାଞ୍ଜଳି ଛୁରା,ମମିତା ସାହୁ,ସନ୍ତୋଷ କୁମାର ସୁନା,ଖୀରୋଜ ମାଝୀ, ମମତା ପଣ୍ଡା, ଯଶୋବନ୍ତି ମାଝୀ,ସୁଜାତା ସେଠୀ, ମଧୁମତି ଦୀପ,ଜ୍ୟୋତ୍ସ୍ନା ବରିହାଆଦି ସହଯୋଗ କରିଥିଲେ।




Edited by k.s thakur...



Post a Comment

Previous Post Next Post