ଭାରତୀୟ କିସାନ ସଂଘ, ବରଗଡ଼ ଜିଲ୍ଲା ନୂତନ କାର୍ଯ୍ୟକାରିଣୀ ଗଠିତ...

ଭାରତୀୟ କିସାନ ସଂଘ, ବରଗଡ଼ ଜିଲ୍ଲା ନୂତନ କାର୍ଯ୍ୟକାରିଣୀ ଗଠିତ...


ବରଗଡ଼,୧୪/୧୧ : ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ଶ୍ରୀ ପିତାମ୍ବର ସାହୁ ଙ୍କ ସଭାପତିତ୍ୱ ରେ  ଭାରତୀୟ କିସାନ ସଂଘ, ବରଗଡ଼ ଜିଲ୍ଲା ର ସାଧାରଣ ପରିଷଦ ସଭା ଅନୁଷ୍ଠିତ ହୋଇ କୃଷି ଓ କୃଷକ ର ସମସ୍ୟା ଏବଂ ସଂଗଠନ ଉପରେ ସବିଶେଷ ଆଲୋଚନା ହୋଇ ଯାଇଛି। 

Ad..


ଜିଲ୍ଲା ର ୯ଗୋଟି ବ୍ଲକ ର ପ୍ରତିନିଧି ଗଣ ଯୋଗଦେଇ ଚାଷୀ ର ସମସ୍ୟା ଉପରେ ଆଲୋକପାତ କରି ଥିଲେ .ଏବଂ ଗ୍ରାମ୍ୟ ସମିତି, ବ୍ଲକ ସମିତି ର ସଦସ୍ୟ ଗଣ ବୈଠକ ରେ ଉପସ୍ଥିତ ରହି ଆଗାମୀ ତିନି ବର୍ଷ ପାଇଁ ଜିଲ୍ଲା କର୍ମକର୍ତା ଙ୍କୁ ନିର୍ବାଚିତ କରିଥିଲେ।

ଉକ୍ତ ବୈଠକରେ ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ  ଓ ରାଷ୍ଟ୍ରୀୟ ସଦଶ୍ୟ କେଦାର ମିଶ୍ର ସମବେତ କାର୍ଯ୍ୟକର୍ତା ଙ୍କୁ ମାର୍ଗ ଦର୍ଶନ ଦେଇ କିସାନ ସଂଘ ର ଆଭିମୁଖ୍ୟ,, ଲାଭକାରି ମୂଲ୍ୟ, ବିଦେଶୀ ବିହନ GM ସୋରିଷ ଓ ବିଦେଶୀ କମ୍ପାନୀ ଙ୍କର ଷଡଯନ୍ତ୍ର, କୃଷି ପାଇଁ ହେଉଥିବା କୂଟନୀତି, ମଣ୍ଡି ର ସୁ ବ୍ୟବସ୍ଥା, ଶୀତଳ ଭଣ୍ଡାର, ପଣ୍ୟୀଗାର ଇତ୍ୟାଦି ସମସ୍ୟା ନେଇ ଜିଲ୍ଲା ର ୯ଟିବ୍ଲକ ରୁ କାର୍ଯ୍ୟକର୍ତା ଯୋଗଦାନ କରି ଦେଶ ନିର୍ମାଣ ରେ କୃଷକ ର ଭୂମିକା  କେତେ ଗୁରୁତ୍ୱ ପୂର୍ଣ୍ଣ  ତାହା ସୂଚେଈ ଦେଇଥିଲେ.ଏବଂ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ନାମ କୁ ଅନୁମୋଦନ କରିଥିଲେ।

ସର୍ବସମ୍ବତି କ୍ରମେ ସଭାପତି ରୂପେ ଶ୍ରୀ ପିତାମ୍ବର ସାହୁ ସମ୍ପାଦକ ରୂପେ ଶ୍ରୀ କବିରାଜ ସାହୁ,କୋଷାଧକ୍ଷ ରୂପେ ଶ୍ରୀ ଭୁପାଳ ବିଶି , ମହିଳା ପ୍ରମୁଖ ଶ୍ରୀମତୀ ସୁଷମା ପ୍ରଧାନ ,ଓ ଯୁବ ପ୍ରୁମୁଖ ରୂପେ ଶ୍ରୀ ସୁଦାମ ଚରଣ ଦାଶ,ଗୋ ପ୍ରମୁଖ ରୂପେ ଶ୍ରୀ ସେବାରମ ମେହେର, ଜୈବିକ ପ୍ରମୁଖ ରୂପେ ନିର୍ବାଚିତ ହୋଇଥିଲେ। ଶ୍ରୀ ସୁଶାନ୍ତ ଗର୍ତିଆ, ଚୈତନ୍ୟ କର୍ଣ୍ଣ,ଗଙ୍ଗା ପୂଝlରୀ,ବଳରାମ ମେହେର ଆଶୁତୋଷ ଆଚାର୍ଯ୍ୟ, ମୁଚିଲା ଶ୍ରୀନିବାସ, ଦେବାନନ୍ଦ ସାହୁ,ହାରଧାନ ପଧାନ ପ୍ରମୁଖ ଉପସ୍ଥିତ ରହି ଥିଲେ । ନବନିର୍ବାଚିତ ସମ୍ପାଦକ କବିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post