ବିକଶିତ ଶୈଶବ ରେ ହିଁ ସମୃଦ୍ଧ ଭାରତ ଗଠନ ସମ୍ଭବ : ଶିଶୁ ଦିବସ ରେ ମତ ପ୍ରକାଶ...

ବିକଶିତ ଶୈଶବ ରେ ହିଁ ସମୃଦ୍ଧ ଭାରତ ଗଠନ ସମ୍ଭବ : ଶିଶୁ ଦିବସ ରେ ମତ ପ୍ରକାଶ...


ବରଗଡ଼,୧୪/୧୧ : ଶିଶୁ ମାନେ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ ।ପ୍ରତି ଟି ଶିଶୁ ଙ୍କ  ଭିତରେ ରହିଛି ବୃହତ୍ ସମ୍ଭାବନା ।ତେଣୁ ବିକଶିତ ଶୈଶବ ରେ ହିଁ ସମୃଦ୍ଧ ଭାରତ ସମ୍ଭବ ବୋଲି ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଅନୁଷ୍ଟିତ ଶିଶୁ ଦିବସ ଅବସର ରେ ମତ  ପ୍ରକାଶ ପାଇଛି । 

Ad..


ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୂଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଶିଶୁ ଉତ୍ସବ ରେ  ରାଜ୍ୟ କଳାକାର ମହାସଂଘ ର ସଭାପତି ଚୈତନ୍ୟ ପାଇକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ଆଜିର ଶିଶୁ ହିଁ ଦେଶର ଆଗାମୀ ଭବିଷ୍ୟତ ଓ ବିକଶିତ ଶୈଶବ ହିଁ ସମ୍ବୃଦ୍ଧ ଭାରତ ଗଠନ ରେ ସହାୟକ ହୁଏ ବୋଲି ଉଲ୍ଲେଖ କରିଥିଲେ। 

ସମ୍ମାନିତ ଅତିଥି ଭାବେ ଶିକ୍ଷକ ଅଭିଭାବକ ସଂଘ ର ବରିଷ୍ଠ ସଦସ୍ୟ ସୁଦର୍ଶନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଟିତ ତର୍କ ଓ ନୃତ୍ୟ ପ୍ରତି ଜୋଗିତା ର କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । 

ତର୍କ ପ୍ରତିଯୋଗିତା ରେ କନିଷ୍ଟ ବିଭାଗ ରେ ଶାଲିନି ସା,ଆର୍ ଜୟ ଶ୍ରୀ,ମଧୁଲେଖା ପ୍ରିୟଦର୍ଶିନୀ,ବରିଷ୍ଠ ବିଭାଗ ରେ ଅଶ୍ଳେଷା ମହାନନ୍ଦ ,ରେଣୁକା ଭୋଇ ,ଦେବାନନ୍ଦ ସର୍ଭାଙ୍ଗ ପ୍ରମୁଖ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ନୃତ୍ୟ ବରିଷ୍ଟ ବିଭାଗ ସାରଳା କୁମ୍ଭାର,ଖୁସି ସାହୁ,ବୈଷ୍ଣବୀ ପ୍ରଧାନ, ଉପ କନିଷ୍ଠ ବିଭାଗ ସ୍ନେହାଙ୍ଗିନୀ କୁଅଁର, ପ୍ରଜ୍ଞା ପ୍ରଧାନ,ଚିନ୍ମୟୀ ନାୟକ କୃଷ୍ଣା ମେହେର, କନିଷ୍ଟ ବିଭାଗ ନେହା ପୁଟେଲ,ଗୁଞ୍ଜନ ବୁଦ୍ଧିଆ ,ଜାଗୃତି ଭୋସାଗର ପ୍ରମୁଖ ଯଥା କ୍ରମେ ପ୍ରଥମ ଦ୍ବିତୀୟ ତୃତୀୟା ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ବିଚାରକ ଭାବେ ତପସ୍ଵିନୀ ତ୍ରିପାଠୀ,ସୁନୀତା ମିଶ୍ର,ଜ୍ୟୋତ୍ସ୍ନା ତ୍ରିପାଠୀ, ସୁଦର୍ଶନ ବାରିକ ,ଜ୍ୟୋତି ବେହେରା ସୀମା ଭୋଇ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ। ଶିକ୍ଷକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post