ବରଗଡ଼ ଜିଲ୍ଲା ପଦ୍ମପୁର ବଡବନ୍ଧ ଶୈବପୀଠ ଠାରେ ସାମୁହିକ ଚତୁର୍ଦ୍ଦଶୀ ଉଦ୍ଯାପନ କାର୍ଯ୍ୟକ୍ରମ ଚାଲିଛି...
ବରଗଡ଼,୧୪/୧୧ : ବରଗଡ଼ ଜିଲ୍ଲା ପଦ୍ମପୁର ଶୈବପୀଠ ଠାରେ ଦିର୍ଘ ଏକବର୍ଷ ଧରି ସାମୁଦହିକ ପାଳନ ହେଉଥିବା ଉଭୟ ବିଷ୍ଣୁ ଓ ଶିବ ଙ୍କ ଚତୁର୍ଦ୍ଦଶୀ ଆଜି ଉଦ୍ଯାପିତ ହେଉଛି। ପଦ୍ମପୁର ସହରର ପ୍ରାୟ ୬୦ ଜଣ ମହିଳା ସଂକଳ୍ପ କରି ଚତୁର୍ଦଶୀ ଆରମ୍ଭ କରିଥିଲେ ତାହାର ସଂକଳ୍ପ ପୂରଣ ହେଉଛି।
Ad..
ଏହି ଅବସରରେ ପଦ୍ମପୁର ଅଂଚଳ ର ପ୍ରତିଷ୍ଠିତ ପୂଜକ ସୂବ୍ରତ ଙ୍କ ଦ୍ବାରା ପୂଜାର୍ଚ୍ଚନା ଓ ରିତିନିତି ଆରମ୍ଭ ହୋଇଛି। ପଦ୍ମପୁର ବଡବନ୍ଧ ସ୍ଥିତ ଶୈବପୀଠ ପରିସରରେ ମହିଳା ଙ୍କ ଦ୍ବାରା ଗତକାଲି କଳସ ଶୋଭାଯାତ୍ରା ପରିକ୍ରମା କରି ସ୍ଥାପନ କରିଥିବା ବେଳେ ଆଜି ସକାଳୁ ଓ ଆସନ୍ତା କାଲି ଦୁଇଦିନ ଧରି ସାମୁହିକ ଚତୁର୍ଦ୍ଦଶୀ ଉଦ୍ଯାପନ କାର୍ଯ୍ୟକ୍ରମ ଓ ପୂଜାବିଧି ଚାଲିଛି।
ଆଜିର ଦିନ ସାମୁହିକ ପୂଜାର୍ଚ୍ଚନା ଓ ହୋମ୍ ଆଦି କାର୍ଯ୍ୟକ୍ରମ ଚାଲିଛି ଆସନ୍ତା କାଲି ମଧ୍ୟ୍ୟହ୍ନ ରେ ସମାପନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସାମୁହିକ କାର୍ଯ୍ୟକ୍ରମ ରେ ସଂକଳ୍ପ ନେଇଥିବା ମହିଳା, ଦମ୍ପତି ଯୋଗଦାନ ଦେଇ ପୂଜାକର୍ମ ସମାପନ କରୁଛନ୍ତି।
Report : Bijay ku sahu
Edited by k.s thakur...


