ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ରୀଙ୍କ ସଫଳତା...
ବରଗଡ଼/ଭୁବନେଶ୍ୱର,୧୬/୧୧ : ୭୩ତମ ନିଖିଳ ଭାରତ ସମବାୟ ସପ୍ତାହ -୨୦୨୪ ପାଳନର ଅବ୍ୟବହିତ ପୂର୍ବରୁ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳନା କେନ୍ଦ୍ର, ବରଗଡ଼ ତରଫରୁ 'ବୀକ୍ଷିତ ଭାରତ ଗଠନରେ ସମବାୟର ଭୂମିକା' ଶୀର୍ଷକ ଆଧାରିତ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
Ad..
ଏହି ପ୍ରତିଯୋଗିତାରେ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ବାଣିଜ୍ୟ ବିଭାଗର ସ୍ନାତକ ଶ୍ରେଣୀର ଛାତ୍ରୀ ଅଙ୍କିତାରାଣୀ ଛୁରିଆ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଡୋଲି ଥାପା ଭାଗନେଇ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।
ସେମାନେ ସମବାୟ ଭବନ, ଭୁବନେଶ୍ୱର ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି।
ଏହି ଖବର ପାଇବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ନକୁଳ ସେଠ୍, ସଂଯୋଜିକା ବରିଷ୍ଠ ଅଧ୍ୟାପିକା ଡକ୍ଟର ବନୁଜା ମେହେର ଏବଂ ଅଧ୍ୟାପକ ଅଧ୍ୟାପିକା ଉଭୟ ଛାତ୍ରୀଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
Report : Bijay ku sahu
Edited by k.s thakur...


