ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବରଗଡ ଗସ୍ତ : ଅତାବିରା, ଗୋଡଭଗା ଏବଂ ଲାଦେରପାଲି ବୁଥ ପରିଦର୍ଶନ କରି ବୁଥ ସ୍ତରୀୟ ଅଧିକାରୀଙ୍କ କଲେ କାର୍ଯ୍ୟ ସମୀକ୍ଷା...
ବରଗଡ,୧୬/୧୧ : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ-୨୦୨୫ ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ମତଦାତାଙ୍କ ନାମ ଯାଞ୍ଚ, ପଞ୍ଜୀକରଣ, ଅପସାରଣ,ସଂଶୋଧନ କିମ୍ବା ସ୍ଥାନାନ୍ତରିକରଣ କରିବା ପାଇଁ ସମସ୍ତ ବୁଥ ଠାରେ ନଭେମ୍ବର ମାସର ୨,୯,୧୬ ଏବଂ ୨୪ ତାରିଖ ଦିନ ସ୍ଵତନ୍ତ୍ର ଅଭିଯାନ ଦିବସ ଭାବେ ପାଳନ କରିବା ସହ ବୁଥ ସ୍ତରୀୟ ଅଧିକାରୀ ନିଜ ବୁଥ ରେ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟ କରୁଛନ୍ତି।
Ad..
ଏହି ପରିପ୍ରେକ୍ଷୀରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଦିନିକିଆ ବରଗଡ ଜିଲ୍ଲା ଗସ୍ତରେ ଆସି ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ପ୍ରାଥମିକ ବିଦ୍ୟାଳୟ ସ୍ଥିତ ବୁଥ ନମ୍ବର ୩୨ ଓ ୩୩, ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥିତ ବୁଥ ନମ୍ବର ୭୨ ଓ ୭୩ ଏବଂ ଲାଦେରପାଲି ସେବାଶ୍ରମ ସ୍ଥିତ ବୁଥ ନମ୍ବର-୯୫ ଓ ୯୬ ପରିଦର୍ଶନ କରିବା ସହ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି । କାର୍ଯ୍ୟ ସମୀକ୍ଷା ପରେ ଶ୍ରୀ ଯାଦବ ଅତାବିରା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ ।
ରାଜସ୍ୱ ଆୟୁକ୍ତଙ୍କ ପରିଦର୍ଶନ ସମୟରେ ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମେତ ଡେପୁଟି କଲେକ୍ଟର ଶ୍ରୀ ମୁକ୍ତେଶ୍ଵର ପାଣିଗ୍ରାହୀ, ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୂର୍ଯ୍ୟ ନାୟକ,ଏଚଆରଏମଏସ ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀ, ଜିପିଇଓ ଏବଂ ବିଏଲଓ ସୁପର ଭାଇଜର ଉପସ୍ଥିତ ଥିଲେ ।
Report : Bijay ku sahu
Edited by k.s thakur...


