ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ...

ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ...


ଟାଲ୍,୧୬/୧୧ : ରାଜବୋଡ଼ା ସମ୍ବର୍ ବ୍ଲକ ପଦମପୁରର ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ୟୁପି ସ୍କୁଲ ,ଟାଲ୍ ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦମପୁର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧିରୋଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। 

         Ad..


ଏହି ସଭାରେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କନକ ନାଏକ,  ଟାଲ୍ ସରପଞ୍ଚ ଶ୍ରୀମତୀ ମିଥିଳା ସାହୁ ଓ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ରଞ୍ଜିତ ଭୋଇ ମଞ୍ଚାସିନ ଥିଲେ। ସର୍ବପ୍ରଥମେ ଅତିଥିଗଣଙ୍କ ହାତରେ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। 

ସ୍କୁଲ ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ଗାନ କରଯାଇଥିଲା। ଅତିଥିଗଣ କୁନି ବୈଜ୍ଞାନିକ ମାନଙ୍କୁ ନିଜର ଉଦ୍ଭାବନ କୁ ମାନବ ସେବାରେ  ନିୟୋଜିତ କରି ଦେଶ ତଥା ଜାତିର ଗୌରବ ବୃଦ୍ଧି କରିବା ପାଇଁ ଆହ୍ବାନ ଦେବା ସହ ଶୁଭେଚ୍ଛା ଜଣାଇଥିଲେ। 

ପରେ ପ୍ରଦର୍ଶନୀ କକ୍ଷର ଫିତା କାଟି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ଦେଖିବା ସହ ଉତ୍ସାହିତ କରିଥଲେ। ଉଦଯାପନୀ ସମାରୋହରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ମହୀପାଳ ସ୍ୱାଇଁ, ମୁଖ୍ୟ ବକ୍ତା ଏବଂ ମେଲଛାମୁଣ୍ଡା ସରପଞ୍ଚ ଶ୍ରୀ ପ୍ରତ୍ୟୁଷ ରଞ୍ଜନ ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗଦାନ୍ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ଏହି ଉଦଯାପନୀ ଉତ୍ସବରେ ଅନ୍ୟ ତମ ସମ୍ମାନୀତ ଅତିଥି ଭାବରେ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ, ଶ୍ରୀ ଜିତେନ୍ଦ୍ର ପଣ୍ଡା,ଶ୍ରୀ ରାଜେଶ ଖମାରୀ, ଶ୍ରୀ ସଦାନନ୍ଦ ପୁରୋହିତ, ଶ୍ରୀ ଶିବପ୍ରସାଦ ଯୋଶୀ , ଶ୍ରୀ ମଧୁସୂଦନ ହୋତା ଯୋଗଦାନ୍ କରିଥିଲେ।ପ୍ରାଥମିକ ସ୍ତରରେ ନୀରବତି ନେଲ୍, ସ୍ଵସ୍ତିକ ବେହେରା, ପ୍ରଜ୍ଞା ଭୋଇ ଓ ହାଇସ୍କୁଲ୍ ସ୍ତରରେ ପୀୟୂଷ ବାବୁ, ଅନିମେଶ ଭୋଇ, ଟିକେଶ୍ୱରି ସାହୁ, ସୁହାନି ସାହୁ, ସମ୍ପୂର୍ଣ୍ଣl ମିଶ୍ର, ସୌମ୍ୟାଶ୍ରିତା ପାତ୍ର ଓ ସମ୍ରାଟ କୁମ୍ଭାର। 

ହାଇସ୍କୁଲ ସ୍ତରରେ ପୁରସ୍କୃତ ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଆସନ୍ତା ନଭେଂବର 24 ତାରିଖରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା ଠାରେ ଭାଗନେବେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେଶ ଖମାରୀ ଓ ଶ୍ରୀ ମାନସ ରଞ୍ଜନ ଶତପଥୀ ସଂଯୋଜନା କରିଥିବା ବେଳେ କୁଇଜ୍ କାର୍ଯକ୍ରମକୁ ସୁଶ୍ରୀ ପ୍ରୀତି ରଶ୍ମି ସେଠ୍ ଓ ଶ୍ରୀ ପ୍ରେମ ସାଗର ପ୍ରଧାନ ପରିଚାଳନା କରିଥିଲେ।

ସୁଶ୍ରୀ ସୋନାଲିକା ଶବର ସାଂସ୍କୃତିକ କାର୍ଯକ୍ରମକୁ ସଂଯୋଜନା କରିଥିଲେ।ବ୍ଲକ ବିଜ୍ଞାନ କୋର୍ କମିଟିର ସଦସ୍ୟ ଶ୍ରୀ ପ୍ରମୋଦ ନାଥ, ଶ୍ରୀ ରେଣୁଧର ସାହୁ, ଶ୍ରୀ ରବିନାରାୟଣ ପଣ୍ଡା , ଶ୍ରୀମତୀ ସନ୍ଧ୍ୟାରାଣୀ ବରିହା,ଶ୍ରୀ ସୁଶାନ୍ତ ଯୋଶୀ,ଶ୍ରୀ ଟିକନୁ ସାହୁ, ଶ୍ରୀ ନେତ୍ରାନନ୍ଦ ସାହୁ, ଶ୍ରୀ ଆଶିଷ ବୈକାର, ଶ୍ରୀ ସୁଦାମ ବିଶି , ଶ୍ରୀ ସୁଶୀଲ ସିକା, ଶ୍ରୀ ବୀରବର ସାହୁ, ଶ୍ରୀ ଦେବାନନ୍ଦ ତୁରିଆ,ଶ୍ରୀ ସୁରେଶ ଚୌହାନ ଓ ବ୍ଲକର ସମସ୍ତ ସି ଆର ସି ସି ଏବଂ ସ୍ଥାନୀୟ ସ୍କୁଲର ସମସ୍ତ ଶିକ୍ଷକ ତଥା ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳତାର ସହ ସଂପନ୍ନ ହୋଇଥଲା। ଏହି ବିଜ୍ଞାନ ମେଳା ରେ 238 ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ପରିଶେଷରେ ଶ୍ରୀ ଶିବପ୍ରସାଦ ଯୋଶୀ ଧନ୍ୟବାଦ୍ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...


Post a Comment

Previous Post Next Post