ବିଶ୍ୱକପ କରାଟେ ଚାମ୍ପିଅନସିପ୍ ରେ ଟିଟିଲାଗଡ଼ କୁ ମିଳିଲା ସଫଳତା...

ବିଶ୍ୱକପ କରାଟେ ଚାମ୍ପିଅନସିପ୍ ରେ ଟିଟିଲାଗଡ଼ କୁ ମିଳିଲା ସଫଳତା...


ଟିଟିଲାଗଡ଼,୧୭/୧୧ : ଗୋଆରେ ହୋଇଥିବା ଏଫ.ଏସ.କେ.ଏ ବିଶ୍ୱକପ ଚାମ୍ପିଅନ ସିପ୍ ୨୦୨୪ ରେ ଟିଟିଲାଗଡ଼ କରାଟେ ଆସୋସିଏସନ ସଫଳତା ହାସଲ କରିଛି। ନଭେମ୍ବର ୭ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ ଗୋଆ ରାଜ୍ୟ ମାପସା ସ୍ପୋର୍ଟ କଂପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିବା ଚାମ୍ପିଅନସିପ୍ ରେ ଓଡିଶାକୁ ସଫଳତା ମିଳିଛି। 

Ad..


ଏହି ପ୍ରତିଯୋଗିତାରେ ତିରିଶ ଟି ଦେଶ କରାଟେ ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିଲେ। ଏଥିରେ ୨୫୦୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଓଡିଶା ରାଜ୍ୟର ଖେଳାଳି ମାନେ ସେନସେଇ ଜିତୁ ପୃଷ୍ଟି ଙ୍କ ନେତୃତ୍ବରେ ଉକ୍ତ ଚାମ୍ପିଅନସିପ୍ ରେ ଯୋଗଦେଇ ୧୫ଟି ପଦକ ହାସଲ କରିଛନ୍ତି। ସେଥି ମଧ୍ୟରୁ ତିନୋଟି ସ୍ଵର୍ଣ, ପାଞ୍ଚଟି ରୋପ୍ୟ ଓ ସାତଟି କାଂଶ୍ୟ ପଦକ ରହିଛି।

ପ୍ରତିଯୋଗିତାରେ ଟିଟିଲାଗଡ଼ କରାଟେ ଆସୋସିଏସନ ଏବଂ ଗୁରୁକୃପା ମାରସ୍ଲାଟ ଏକାଡେମୀ କଣ୍ଟାବାଞ୍ଜି ରୁ ବଛା ବଛା ଉତ୍ତମ ଖେଳାଳି ଙ୍କୁ ଚୟନକରି ସେନସେଇ ଜିତୁ ପୃଷ୍ଟି କରାଟେ ଖେଳାଳି ତାଲିମ ନେଇ ନିଜ ପ୍ରତିଯୋଗିତା ମାନଙ୍କୁ ହରାଇ ମେଡାଳ ଜିତି ବିଜୟର ଅଧିକାରୀ ହୋଇ ରାଜ୍ୟ ଏବଂ ଅଞ୍ଚଳର ମାନ ରଖିଥିବା ବେଳେ ଆସୋସିଏସନ ର ବହୁ ମେଧାବୀ ଖେଳାଳି ମାନେ ହେଲେ ସାରଳା ସାହୁ ସ୍ଵର୍ଣ ୧,ରୋପ୍ୟ୧ ଓ ସତ୍ୟ ନାରାୟଣ ସାହୁ କାଂଶ୍ୟ ୨ ଏବଂ ପ୍ରତିଭା ମିଶ୍ର ରୋପ୍ୟ ୧ କାଂଶ୍ୟ ୧ ପଦକ ହାସଲ କରି ଏହି ଖେଳାଳି ମାନେ ଟିଟିଲାଗଡ଼ ର ନାମ ରୋଶନ କରିଥିବା ବେଳେ ଏପରି ସାହାସି ଖେଳାଳି ମାନେ ଅଞ୍ଚଳବାସି ପାଇଁ ଗର୍ବ ତେଣୁ ଅଂଚଳବାସୀ ବହୁ ମାତ୍ରାରେ  ଖେଳାଳି ଙ୍କୁ ଏବଂ ସେଂସେଇ ଜିତୁ ପୃଷ୍ଟି ଙ୍କୁ ବିଜୟୀ ର ଶୁଭେଚ୍ଛା ଜଣାଇଛନ୍ତି।




Edited by k.s thakur...



Post a Comment

Previous Post Next Post