ହସ୍ତୀ ପିଠିରେ କଂସ ମହାରାଜଙ୍କ ନଗର ପରିକ୍ରମା,ଚିତ୍ତାକର୍ଷକ ଅଘୋରୀ ନୃତ୍ୟ ରେ ବିମୋହିତ...

ହସ୍ତୀ ପିଠିରେ କଂସ ମହାରାଜଙ୍କ ନଗର ପରିକ୍ରମା,ଚିତ୍ତାକର୍ଷକ ଅଘୋରୀ ନୃତ୍ୟ ରେ ବିମୋହିତ...


ବଙ୍ଗୋମୁଣ୍ଡା,୧୫/୧୧ : ଢୋଲ,ନିଶାନ,ତାସା, ଏବଂ  ଘୁମୁରା, ଘଣ୍ଟବାଦ୍ୟ, ଅଘୋରୀ କଳାକାରଙ୍କ ବାଦ୍ୟ ଓ ନୃତ୍ୟରେ କମ୍ପିଲା ମଥୁରା ନଗରୀ ବଙ୍ଗୋମୁଣ୍ଡା ।ପାତ୍ର ମନ୍ତ୍ରୀଙ୍କ ସହ ହସ୍ତୀ ପିଠିରେ ବସି ମହାରାଜ କଂସଙ୍କ ମଥୁରା ନଗରୀ ପରିକ୍ରମା ଏବଂ ରଥରେ ବସି କୃଷ୍ଣ ବଳରାମ ଙ୍କ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। 

        Ad..


ଅଘୋରୀଙ୍କ ଚିତ୍ତାକର୍ଷକ ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଓ  ମନମୋହିଲା ଦର୍ଶକଙ୍କର । ଅପରାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହାରାଜ କଂସ ଙ୍କ ନଗର ପରିକ୍ରମା,କୃଷ୍ଣ ବଳରାମ ଙ୍କ ମଥୁରା ଭ୍ରମଣ, ଅଘୋରୀ ନୃତ୍ୟରେ ହଜାର ହଜାର ଦର୍ଶକ ମାନେ ଝୁମି ଉଠିଥିଲେ ।ପଶ୍ଚିମ ଓଡ଼ିଶାର ବରିଷ୍ଠ କଳାକାର  ରବିନ୍ଦ୍ର  ସାହୁ କଂସ ଭୂମିକାରେ ଅଭିନୟ କରିଥିଲେ। 

ମହାରାଜ କଂସ ନଗର ପରିକ୍ରମା ସମୟରେ ରାଜୁଡା ଅମଳର ଜମିଦାର ବଖରୀକୁ ଯାଇଥିଲେ ।ସେଠାରେ ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ ଙ୍କ ସହ ବହୁ ଲୋକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।କଂସ ମହାରାଜ ଙ୍କ ନଗର ପରିକ୍ରମା ଦୃଶ୍ୟ ରେ ବହୁ ଲୋକ ଉପସ୍ଥିତ ରହି ଉପଭୋଗ କରିଥିଲେ।

ପରେ ରଙ୍ଗମଞ୍ଚକୁ ପହଂଚିବା ପରେ ରାଜ କାର୍ଯ୍ୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିବା ବେଳେ ଆୟୋଜନ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ମିନା ବଜାର, ଆକାଶ ଦୋଳି,ବ୍ୟବସାୟିକ ଷ୍ଟଲ ରେ ବହୁ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି ।




Edited by k.s thakur...



Post a Comment

Previous Post Next Post