ବରଗଡ଼ରେ ୧୪୯ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ...

ବରଗଡ଼ରେ ୧୪୯ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ...


(ବିର୍ସା ମୁଣ୍ଡାଙ୍କ 'ଉଲ ଗୁଲାନ' ଯୁବକ ମାନଙ୍କ ପାଇଁ ପ୍ରେରଣା ହୋଇ ରହିବ)

ବରଗଡ଼୧୫/୧୧ : ଧରତୀ ଅବ୍ବା ବିର୍ସା ମୁଣ୍ଡା ଙ୍କ ୧୪୯ତମ ଜୟନ୍ତୀ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ ପାଳିତ ହୋଇଯାଇଛି। ଶୁକ୍ରବାର ବିର୍ସା ମୁଣ୍ଡା ସଂଘର୍ଷ ବାହିନୀ ପକ୍ଷରୁ ଏହି ଜୟନ୍ତୀ ବରଗଡ଼ରେ ଅଷ୍ଟମ ଥର ପାଇଁ ପାଳନ ହୋଇଥିଲା,ପାରମ୍ପରିକ ବେଶଭୂଷା, ଗୀତ ନୃତ୍ୟସହ ସହରରେ ଏକ ଶୋଭାଯାତ୍ରା ବାହାରି ଡ଼ା ବାବା ସାହେବଙ୍କ ଷ୍ଟେଚ୍ୟୁ ପର୍ଯ୍ୟନ୍ତ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲା ପରେ ସ୍ଥାନୀୟ ଅଗ୍ରଗାମୀ ସଂଘ ପରିସରରେ ବିର୍ସା ମୁଣ୍ଡା ଙ୍କ ପ୍ରତି ଛବି ରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା। 

        Ad..


ବିର୍ସା ମୁଣ୍ଡା ସଂଘର୍ଷ ବାହିନୀର ସଭାପତି ମାରୀୟମ ବାର୍ଲା ସ୍ୱାଗତ ଅବିଭାଷଣ ରଖିଥିଲେ । ମୁଖ୍ୟ ଅତିଥି ଭାବେ ସଂଯୁକ୍ତା ନାଏକ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ବଳିଦାନ ର ଗାଥା ଶୁଣାଇ ଥିଲେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଦୀନେଶ ଅଗ୍ରୱାଲ,ନାରୀ ନେତ୍ରୀ ସୁରେଖା ଭୁଏ, ଆଦିବାସୀ ନେତା ଚତୁରଭୁଜ ଭୁଏ,ଚାଷୀ ନେତା ରମେଶ ମହାପାତ୍ର, ସମାଜ ସେବୀ ପବିତ୍ର ଦେହେରୀ, ଚିତ୍ତ ରଞ୍ଜନ ମେହେର ଯୋଗ ଦେଇ ଥିଲେ। 

ଦେଶରେ ଜାତି ଭିତ୍ତିକ ଜନଗଣନା କରା ଗଲେ ବିକାଶ ପାଇଁ ଯୋଜନା ସଠିକ ହେଵ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଏହି କାର୍ଯ୍ୟକ୍ରମରେ ସହଦେଵ ଜାଲ,ଗୁରୁଚରଣ ହରପାଳ,ଉରକୁଲୁ ତାଣ୍ଡି,ଗଙ୍ଗାଧର ବିଭାର, ସ୍ୱରୂପ ଭୋଇ,ବିକ୍ରମ ଛତର,କିଶୋର ସାହୁ, ଭବାନୀ ସାହୁ,ସନ୍ତୋଷୀନି ନାଗ, ଗୁଳାପି ସୁନା,ଦିଲ୍ଲୀପ ବାର୍ଲା, ସିଲାସ ଲୁଗୁନ, ଅବିନାଶ ବାଗ ଓ ଅନ୍ୟମାନେ ଉପସ୍ଥିତ ରହି ଥିଲେ। ଶେଷରେ ଯୁବ ସଂଗଠକ ମନୋଜ କଲେତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post