ବିଦ୍ୟାଳୟରେ ଅଭିଭାବକ ବୈଠକ ଓ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ...

ବିଦ୍ୟାଳୟରେ ଅଭିଭାବକ ବୈଠକ ଓ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ...


କଣ୍ଟାବାଞ୍ଜି,୧୫/୧୧ : ଓଡ଼ିଶା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଆନୁକୂଲ୍ୟରେ ତୁରେକେଲା ଆଶ୍ରମ ବିଦ୍ୟାଳୟ ପରିସରରେ ଅଭିଭାବକ ବୈଠକ ଓ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି।

Ad..


ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ଼, ମୁଖ୍ୟ ଅତିଥି,ସମିତି ସଭ୍ୟ ପ୍ରମୋଦ ମହାପାତ୍ର, ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ,ଧନସିଂ ମାଝୀ, ପରିଚାଳନା କମିଟିର ସଭାପତି ସୁଶାନ୍ତ ନାୟକ,ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରେମକାନ୍ତୀ ରାୟ,ଥମିର ଛତ୍ରିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଶିକ୍ଷକ ସୂର୍ଯ୍ୟମଣି ସିଠ ଅତିଥି ପରିଚୟ କରିବା ସହିତ ସଭା ପରିଚାଳନା କରିଥିଲେ।

ସର୍ବ ପ୍ରଥମେ ବିର୍ସାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କର ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଓ ଧୂପ ଦୀପ ଅର୍ପଣ କରିଥିଲେ।ଉପସ୍ଥିତ ଅତିଥି ମାନେ ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀମାନେ କିପରି ଆଗକୁ ବଢିବେ ତାହା ଶିକ୍ଷକ ମାନଙ୍କ ସହିତ ଅଭିଭାବକ ମିଶି ଚିନ୍ତା କଲେ ହିଁ ସେମାନେ ସଫଳ ହେବେ ବୋଲି ମତ ଦେଇଥିଲେ।

ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଅଭିଭାବକ ମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଖେଳ କରାଯାଇଥିଲା।ତାପରେ ବିଭିନ୍ନ ଦିଗରେ କୃତିତ୍ବ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୋପାଳ ଧରୁଆ, ସୁକାନ୍ତି ମାଝୀ, ସମୀର ପଣ୍ଡା, ଗୀତାଞ୍ଜଳି ମଲ୍ଲିକ ସହଯୋଗ କରିଥିଲେ।




Edited by k.s thakur...


Post a Comment

Previous Post Next Post