ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ ସମାରୋହ ୨୧ରେ,ସମ୍ମାନୀତ ହେବେ ବିଶିଷ୍ଟ ପ୍ରତିଭା...

ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ ସମାରୋହ ୨୧ରେ,ସମ୍ମାନୀତ ହେବେ ବିଶିଷ୍ଟ ପ୍ରତିଭା...


ବରଗଡ଼,୧୯/୧୧ :  ମହତାବ ଶିଶୁ ସାହିତ୍ୟ ସଂସଦର ୩୨ତମ ସ୍ଵନକ୍ଷତ୍ର ଉତ୍ସବ ଆସନ୍ତା ୨୧ତାରିଖ ଦିନ ଅନୁଷ୍ଠିତ ହେବ। ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଦିବସ ପାଳନ ସହିତ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ।

Ad..


ପୂର୍ବବର୍ଷ ମାନଙ୍କ ପରି ଚଳିତ ବର୍ଷର 'କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ'ରେ ସୁପରିଚିତ ଶିଶୁ ସାହିତ୍ୟିକ ଯାଜପୁରର ପ୍ରଶାନ୍ତ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସଂସଦର ମୁଖପାତ୍ର ଶିଶୁ ସାହିତ୍ୟ ପତ୍ରିକା 'କଳାମାଣିକ ସମ୍ମାନ-୨୦୨୪' ବରଗଡ଼ର ବରିଷ୍ଠ ଶିଶୁ ସାହିତ୍ୟିକ ଦୟାନିଧି ମହାପାତ୍ରଙ୍କୁ ପ୍ରଦାନ କରାଯିବ ବୋଲିି ମହତାବ ଶିଶୁ ସାହିତ୍ୟ ସଂସଦର ସଭାପତି ଗୋପବନ୍ଧୁ ପୁରୋହିତ ଓ ସମ୍ପାଦକ ଡକ୍ଟର ରବିନାରାୟଣ ସାହୁ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ସମ୍ମାନ ଓଡ଼ିଶାର ବହୁ ବିଶିଷ୍ଟ ଶିଶୁ ସାହିତ୍ୟିକ ମାନଙ୍କୁ ପ୍ରଦାନ କରାଯାଇଅଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post