୨୦ ତାରିଖ ରୁ ବରଗଡ଼ ଜିଲ୍ଲା ରେ ଆରମ୍ଭ ହେଉଛି ଧାନ କିଣା...

୨୦ ତାରିଖ ରୁ ବରଗଡ଼ ଜିଲ୍ଲା ରେ ଆରମ୍ଭ ହେଉଛି ଧାନ କିଣା...


ବରଗଡ଼,୧୯/୧୧ : ୨୦ ତାରିଖ ବୁଧବାର ଆଜି ଠାରୁ ବରଗଡ଼ ଜିଲ୍ଲା ରେ ପ୍ରତିକ୍ଷିତ ଧାନ ଚାଷର ମଣ୍ଡି ବ୍ୟବସ୍ଥା ଆରମ୍ଭ ହେଉଥିବା ରୁ ନାନା ଆଶା ଆଶଙ୍କାରେ ବରଗଡ଼ ଚାଷୀ ଅପେକ୍ଷା କରି ରହିଛନ୍ତି। ସରକାରୀ ବ୍ୟବସ୍ଥା ରେ ବରଗଡ଼ ଜିଲ୍ଲା ର ୧୨ ଗୋଟି ବ୍ଲକ ର ପ୍ରାୟ ୧ ଲକ୍ଷ ୫୦ ହଜାର ରୁ ଉର୍ଦ୍ଧ ଚାଷୀ ପଞ୍ଜିକରଣ ପାଇଁ ଟୋକନ ବ୍ୟବସ୍ଥା ରେ ଆବେଦନ କରିଥିବା ବେଳେ ଅଧିକାଂଶ ଟୋକନ ଆସିଯାଇଛି।

          Ad..


ଜିଲ୍ଲା ପ୍ରଶାସନର ତତ୍ବାବଧାନରେ ଏଥର ବରଗଡ଼ ଜିଲ୍ଲା ରେ ୫୮ ଗୋଟି ପେକ୍ସ, ୩୬ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୩ ଲକ୍ଷ ୬୭ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ କଟନୀଛଟନୀ ବନ୍ଦ ହେବ ଓ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ୮ ଶହ ଟଙ୍କାର ବୋନସ ସହ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଦରରେ ସରକାର ଧାନ କିଣିବାକୁ ପ୍ରତିଶୃତି ଦେଇଥିବାରୁ ଜିଲ୍ଲା ର ଚାଷୀ ବହୁ ଆଶା ରେ ରହିଛନ୍ତି ହେଲେ ପ୍ରଶାସନ ଧାନ ର ମାନ , ଦର ତାଲିକା ପୂର୍ବରୁ ଘୋଷଣା କରିଥିବା ବେଳେ ଧାନ ବିକ୍ରୀ ର ନିୟମ ପ୍ରଣୟନ କୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକଟ କରିବା ଆରମ୍ଭ କଲେଣି। 

ଚାଷୀ ନେତା ରମେଶ ମହାପାତ୍ର ଙ୍କ କହିବା ଅନୁସାରେ ସରକାର ଚାଷୀମାନଙ୍କୁ ଏଫ୍ ଏ କ୍ଲିଉ ମାନର ଧାନ କିଣା ପାଇଁ ଟ୍ରେନିଂ ଦେବେ ବୋଲି କହିଥିଲେ ତାହା ହୋଇନାହିଁ ପୁଣି ଜିଲ୍ଲା ପ୍ରଶାସନ ତରଫରୁ ଗାଁ ଗୁଡିକୁ ଚାଷୀ ଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାର କହିଥିଲେ ତାହା ମଧ୍ୟ ହୋଇନାହିଁ କି ଆମେ ଚାଷୀମାନେ ସରକାରୀ ଧାନ ମଣ୍ଡିରେ ବିକ୍ରି ବ୍ୟବସ୍ଥା ବିଧି ବିଷୟରେ ଆଜି ପର୍ଯ୍ୟନ୍ତ ଜାଣି ପାରିଲୁ ନାହିଁ। 

ଏଭଳି ଅବ୍ୟବସ୍ଥା ସହ ଏନାଲାଇଜର ମେସିନ ରେ ଧାନ ର ମାନ ପରିକ୍ରମା ପାଇଁ ଘୋଷଣା ହୋଇଛି ହେଲେ ଚାଷୀ ଏନାଲାଇଜର ମେସିନ ବିଷୟ ଅବଗତ ହୋଇନାହିଁ ଫଳରେ ଚାଷୀ ଓ ପ୍ରଶାସନ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚାଷୀ ନେତା କହିଛନ୍ତି ଫଳରେ ଆସନ୍ତା କାଲି ଅର୍ଥାତ ୨୦ ତାରିଖ ବୁଧବାର ଦିନ ଧାନ କିଣା ଆରମ୍ଭ ହେଉଥିବା ରୁ ନାନା ଆଶଙ୍କା ମନେ ଚାଷୀ ରହିଥିବା ବେଳେ ସରକାରୀ ଧାନ କିଣା ବ୍ୟବସ୍ଥା ବରଗଡ଼ ଜିଲ୍ଲା ରେ କିଭଳି ହେଉଛି ଓ ଚାଷୀ ଆସନ୍ତା ଦିନରେ କିଭଳି ଧାନ ବିକ୍ରୀ କରୁଥାନ୍ତି ତାହା ଆସନ୍ତା ଦିନରେ ଜଣାପଡିବ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post