ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଦୁଇ ଦିନିଆ ବରଗଡ ଗସ୍ତ : ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାର ପୂର୍ବ ପ୍ରସ୍ତୁତିର କଲେ ସମୀକ୍ଷା...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଦୁଇ ଦିନିଆ  ବରଗଡ ଗସ୍ତ : ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାର ପୂର୍ବ ପ୍ରସ୍ତୁତିର କଲେ ସମୀକ୍ଷା...


(ଧାନର ଏଫଏକ୍ୟୁ ମାନ ଏବଂ ଇନପୁଟ ସବସିଡ଼ି ବିଷୟରେ ଚାଷିକୁ ସଚେତନ କରିବାକୁ ଦେଲେ ନିର୍ଦ୍ଦେଶ,କଟନୀ ଛଟନି ସମ୍ପୂର୍ଣ୍ଣ ବନ୍ଦ ହେବ : ମାନ୍ୟବର ମନ୍ତ୍ରୀ)

ବରଗଡ଼,୧୯/୧୧ : ବରଗଡ଼ ଜିଲ୍ଲାରୁ ଆଗାମୀ ୨୦ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହେବ ଏବଂ ୮ ଡିସେମ୍ବରରେ ସୋହେଲା ଠାରେ ଆୟୋଜିତ ହେବାକୁଥିବା ବଡ଼ ଚାଷୀ ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ଇନପୁଟ ସବସିଡ଼ି ପ୍ରଦାନ କରିବେ । 

Ad..


ଏହି ପରିପ୍ରେକ୍ଷୀରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଦିନିଆ  ବରଗଡ ଗସ୍ତରେ ଆସି ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତି ସମୀକ୍ଷା କରି ଚାଷୀ କିଭଳି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହ ମାଣ୍ଡୀରେ ଦଲାଲଙ୍କ ସମ୍ପୃକ୍ତି ଏବଂ କଟନୀ ଛଟନି ଭଳି ବିଭିନ୍ନ ଅବ୍ୟବସ୍ଥା ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । 

ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦେଇ ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ଏବଂ ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଉପଲବ୍ଧ କରିବା କରିବାକୁ କହି କାଳବଜାରୀ ରୋକିବା ନିମନ୍ତେ ଜିଲ୍ଲା, ଉପଖଣ୍ଡ ଏବଂ ସମସ୍ତ ମଣ୍ଡି କଣ୍ଟ୍ରୋଲ ରୁମ୍ରୁ ଟୋଲ ଫ୍ରି ନମ୍ବରରେ ଆସୁଥିବା ସମସ୍ତ ଅଭିଯୋଗକୁ ଲିପିବଦ୍ଧ କରି ସେଗୁଡିକର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ନେବା ସହ ମଣ୍ଡିର ସିସି ଟିଭି ଲାଇଭ ଫୁଟେଜକୁ ୨୪ ଘଣ୍ଟା ତଦାରଖ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ପ୍ରତ୍ୟକ ଆରଏମସି ଦ୍ୱାରା ଡ଼ାକବାଜି ଯନ୍ତ୍ର ଦ୍ୱାରା ଧାନର ଏଫଏକ୍ୟୁ ମାନ ଏବଂ ଇନପୁଟ ସବସିଡ଼ି ବିଷୟରେ ଚାଷିକୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗା ଯୋଗ ରଖିବାକୁ କହିଥିଲେ ।  ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ କିମ୍ବା ଆବଶ୍ୟକୀୟ ଧାନ ପଡୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସୀମାରେଖାରେ ପୋଲିସ୍ ମୁତୟନ କରିବା ସହିତ କଡାକଡି ଯାଞ୍ଚ୍ କରିବା ପାଇଁ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ଶ୍ରୀମତୀ ମଧୁଛନ୍ଦା ସାହୁ, ପଦମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଳ ମୋତିରାମ ଚୌହାନ, ବରଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ପଦ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଆରାଗୁଲା ସ୍ନେହା, ଆରଏମସି କର୍ମକର୍ତ୍ତା,ଜିଲ୍ଲାସ୍ତରୀୟ ଅଧିକାରୀ, ଏବଂ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ରହି ଧାନ ସଂଗ୍ରହ ପାଇଁ ଜିଲ୍ଲାର ପୂର୍ବ ପ୍ରସ୍ତୁତି ଉପସ୍ଥାପନ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post