ମହିମା ନଗରରେ 'ପିଲାଙ୍କ ପାଖରେ ପାଠାଗାର' କାର୍ଯ୍ୟକ୍ରମ...

ମହିମା ନଗରରେ 'ପିଲାଙ୍କ ପାଖରେ ପାଠାଗାର' କାର୍ଯ୍ୟକ୍ରମ...


ବରଗଡ଼,୧୯/୧୧ : ବହି ଏକ ଜଳନ୍ତା ଦୀପ ସଦୃଶ। ଅଜ୍ଞାନତା ଦୂର କରି  ମଣିଷର ଚିନ୍ତା ଓ ଚେତନାକୁ ଏହା ପ୍ରସାରିତ କରିଥାଏ। ତେଣୁ କେବଳ ଛାତ୍ରଛାତ୍ରୀ କାହିଁକି ସମସ୍ତଙ୍କ ପାଇଁ ବହିର ଆବଶ୍ୟକତା ଅତୁଳନୀୟ ବୋଲି ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ 'ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ'ରେ ମତପ୍ରକାଶ ପାଇଛି। 

         Ad..


ବରଗଡ଼ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପାଖରେ ଥିବା  ମହିମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲଙ୍ଗାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କୈଳାସ ଚନ୍ଦ୍ର ସାହୁ ପୁସ୍ତକକୁ ଏକ ଜଳନ୍ତା ଦୀପ ସହିତ ତୁଳନା କରି ପୁସ୍ତକ ମଣିଷର ଅଜ୍ଞାନତା ଦୂର କରିଥାଏ ବୋଲି କହିଥିଲେ। 

ଶିଶୁଶ୍ରୀ ର ଆବାହକ ଡକ୍ଟର ରବିନାରାୟଣ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ଜନ ଧାରୁଆ, ରସ୍ମିତା ମହନ୍ତ ପୁସ୍ତକ ପଠନର ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। 

ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଶ୍ରୁତିମୟୀ ସାହୁ, ଅର୍ଚ୍ଚିତା ସାହୁ ଓ ରେଶ୍ମା ସାହୁ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଶିକ୍ଷକ ସୁନୀଲ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post