ରାଣା ପ୍ରତାପ ସ୍କୁଲ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ...
ବରଗଡ଼,୦୭/୧୧ : ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଗୁରୁବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ମେଳା କୁ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ।
Ad..
ପ୍ରଧାନ ଶିକ୍ଷକ ସୂଦୀପ କୁମାର ରଥ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ, ସତ୍ୟେନ୍ଦ୍ରୀୟ ଦେବତା ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ତ୍ରିପାଠୀ, ଅଭିଭାବିକା ଧରିତ୍ରୀ ରଥ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।
Ad..
ଏହି ଅବସର ରେ ଆୟୋଜିତ ବିଜ୍ଞାନ ମେଳା ରେ ୬୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନୀ ରେ ସ୍ଥାନିତ ହୋଇଥିବା ବେଳେ ଜୁନିଅର ,ସବଜୁନିର,ଓ ସିନିଅର ତିନି ଟି ବିଭାଗ ରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କୁ ମନୋନୀତ ହେବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ରଥ ସୂଚନା ପ୍ରଦାନ କରିଛନ୍ତି।
Report : Bijay ku sahu
Edited by k.s thakur...



